ପରାଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ବି. ଅନ୍ତରଡା ଗ୍ରାମ ପଞ୍ଚାୟତର ମାଣିକପୁର ଗ୍ରାମ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ୟୁନିୟନ ଆର୍.ସେ. ଟି ପକ୍ଷରୁ ୧୦ ଦିନିଆ ଛତୁ ଚାଷ ତାଲିମ ଦିଆଯାଉଛି।
ଏହି ତାଲିମ କାର୍ଯ୍ୟକ୍ରମ ୧୧ ଅଗଷ୍ଟ ୨୦୨୨ ତାରିଖ ଠାରୁ ୨୦ ଅଗଷ୍ଟ ୨୦୨୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଉଦଘାଟନୀ ଉତ୍ସବରେ ପାରଳାଖେମୁଣ୍ଡି ଏଲ୍ . ଡ଼ି. ଏମ୍ ଶ୍ରୀ ମହେଶ୍ୱର ମଣ୍ଡଳ , ବି.ପି.ଏମ୍ ଶ୍ରୀ ସତ୍ୟବାଦୀ ପାଇକ , ଆର୍. ସେ.ଟି ଅଧ୍ୟାପକ ଶ୍ରୀ ଦିଲୀପ କୁମାର ତନ୍ତି ଓ ଲଳିତ ମାଝୀ ଯୋଗ ଦେଇଥିଲେ। ମୋଟରେ ୩୫ ଜଣ ତାଲିମାର୍ଥି ଉପସ୍ଥିତ ଥିଲେ।
ଆଇ.ସେ. ଟି ର ଡୋମିନ ସ୍କିଲ ଟ୍ରେନର (ଡି.ଏସ୍.ଟି) ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ତାଲିମାର୍ଥି ମାନଙ୍କୁ ବିଭିନ୍ନ ପ୍ରକାର ଛତୁ ଚାଷ ଓ ଏହା କିପରି ମହିଳା ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବ, ମୁଖ୍ୟତଃ ଆମ ଅଞ୍ଚଳରେ ଖରା ଦିନିଆ ପାଳ ଛତୁ ଓ ଶୀତ ଦିନିଆ ଧିଙ୍ଗିର ଛତୁକୁ ଗୁରୁତ୍ୱ ଦିଆଯାଇ ଏକ ଛତୁ ୟୁନିଟ କରିବାକୁ ହେଲେ ଆମକୁ ମୁଖ୍ୟତଃ ଛତୁ ବାଉଁଶ ତିଆରି ଘର , ନଡ଼ାର ସାଇଜ ଦେଢ଼ ଫୁଟ, ବିହନ , ବେସନ ଖାଦ୍ୟ , ପଲିଥିନ , ବିଶୋଧନ କୁଣ୍ଡ , ନଡା କଟର , ତାପମାତ୍ରା ଓ ଆଦ୍ରତା ମାପକ ଯନ୍ତ୍ର ନିହାତି ଆବଶ୍ୟକ , ନଡ଼ାକୁ କିପରି ବିଶୋଧନ କରିବା ବେଡ଼ ପ୍ରସ୍ତୁତି ସଠିକ ଯତ୍ନ ଓ ସଠିକ ଅମଳ ତଥା ଗୋଟିଏ ବେଡ଼ ତିଆରି ପାଇଁ କେତେ ବିଡା ନଡ଼ା , କେତେ ମଞ୍ଜି , କେତେ ଖାଦ୍ୟ ସହ ତାପମାତ୍ରା ଆଦ୍ରତା , ପାଣି ଓ ପବନ ପରିଚାଳନା ସହ ଆଲୋକ ଉପରେ ଗୁରୁତ୍ୱ ଦିଆଯାଇଛି।
ଶେଷରେ ଉଦ୍ୟୋଗିକା ବିକାଶ ପାଇଁ ମହିଳା ମାନେ ସ୍ୱାବଲମ୍ବୀ କିପରି ହୋଇ ପାରିବେ ତାଲିମ ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post