ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ବର୍ଷର ତୃତୀୟ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜାତୀୟ ଆଇନସେବା ପ୍ରାଧିକରଣ ଓ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଏହି ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ।
ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ବିଚାରଧୀନ ଥିବା କିମ୍ୱା ପ୍ରାକ୍ ମକଦ୍ଦମା ମାମଲାର ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଙ୍କ୍ ମାନ ପ୍ରତିଷ୍ଠା କରାଯାଇଥିଲା।
ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍ ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ପ୍ରଦୀପ କୁମାର ସାମଲ , ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଉପ ଖଣ୍ଡିୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବର୍ଷା ଶର୍ମା , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶୁଭାଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।
ସେହିପରି ଭାବେ ରା. ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଦେୱାନୀ ବିଚାରପତି ତଥା ସବଜଜ୍ ଶ୍ରୀ ପୁଣ୍ୟଶ୍ଲୋକ ରଥ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ପାରସ ପାଢ଼ୀ , ମୋହନା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ବିରଜା ପ୍ରସାଦ ପଣ୍ଡା ଓ କାଶୀନଗର କୋର୍ଟ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଧିକାରିଣୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।
ସେହିପରି ସ୍ଥାନୀୟ ଆଞ୍ଚଳିକ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ତୁଷାର ହେମ୍ରମ ଉପସ୍ଥିତ ରହି ଯାନବାହାନ ଯାଞ୍ଚ ସମ୍ବନ୍ଧୀୟ କେସ ଗୁଡ଼ିକର ତ୍ୱରିତ ଫାଇସଲା ଓ ସମାଧାନ କରିଥିଲେ।
ଆୟୋଜିତ ଲୋକ ଅଦାଲତ କାର୍ଯ୍ୟକ୍ରମରେ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ୍ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ୍ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲେ।
ବିଭିନ୍ନ ତହସିଲଦାର କୋର୍ଟ ମାନଙ୍କରେ ମଧ୍ୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ ଓକିଲ ସଂଘର ଓକିଲବୃନ୍ଦ ଓ ବରିଷ୍ଠ ଆଇନଜୀବି ମାନେ ତଥା ଶ୍ରୀ ଅଶୋକ କୁମାର ପାଣିଗ୍ରାହୀ , ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ , ଶ୍ରୀ ହିରାଚାନ୍ଦ୍ ପଟ୍ଟନାୟକ , ଶ୍ରୀ ସ୍ୱରୂପ କୁମାର ପାଳ , ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ କେସ ମକଦ୍ଦମା ପରିଚାଳନାରେ ସହଯୋଗ କରିଥିଲେ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ସମୁଦାୟ ୨ ହଜାର ୭୫୫ ଟି କେସ ର ତ୍ୱରିତ ବିଚାରକୁ ନିଆଯାଇ ମୋଟ ୨ ହଜାର ୪୨୧ ଟି କେସ ର ସମାଧାନ କରାଯାଇ ସର୍ବମୋଟ ୨୧ ଲକ୍ଷ ୮୬ ହଜାର ୫୨୭ ଟଙ୍କା ଆଦାୟ କରାଯାଇଥିଲା।
ଏହି ଲୋକ ଅଦାଲତକୁ ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post