ଭଦ୍ରକ (ସତ୍ୟବ୍ରତ ନାୟକ ): ରାତିପାହିଲେ ସ୍ୱାଧୀନତା ଦିବସ, ଦେଶ ପାଳନ କରିବ 75 ତମ ଆଜାଦି ମହୋତ୍ସବ, ଗାଁ ଠାରୁ ସହର ସବୁଠି ଉଡିବ ତ୍ରିରଙ୍ଗା, କେନ୍ଦ୍ର ଓ ରାଜ୍ୟ ର ନିର୍ଦେଶ ପରେ ତ୍ରିରଙ୍ଗା ପ୍ରସ୍ତୁତି ରେ ତତ୍ପର ହୋଇ ଉଠିଛନ୍ତି SHG ମହିଳା, ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଏରେଇଁ ପଂଚାୟତ ଧଳସାହି ରେ, ଧଳସହି ରେ ଥିବା ମା ତାରିଣୀ SHG ମହିଳାମାନେ ନିଜ ହାତରେ ତ୍ରିରଙ୍ଗା ପ୍ରସ୍ତୁତ କରି ଘର ଘର ବୁଲି ମାଗଣାରେ ବାଣ୍ଟିବା ସହ ସ୍ୱାଧୀନତା ର ବାର୍ତା ପ୍ରଚାର କରିଛନ୍ତି, ଏହି କାର୍ଯ୍ୟା ରେ ମହିଳା ମାନଙ୍କୁ ଗାଁ ର ସ୍ବେଛାସେବୀ ଓ ସମାଜସେବୀ ମାନେ ସହଯୋଗ କରିବା ସହ ଆସନ୍ତା କାଲି ଆହୁରି କିପରି ଆଡମ୍ବର ସହ ସ୍ୱାଧୀନତା ଦିବସ ପାଳନ କରିହେବ ତାର ପୂର୍ବ ପ୍ରସ୍ତୁତି ଚାଲିଅଛି
Sign in
Sign in
Recover your password.
A password will be e-mailed to you.