ମହିଳା ଗୋଷ୍ଠୀଙ୍କ ଦ୍ଵାରା ନିଜସ୍ୱ ପ୍ରଚେଷ୍ଟାରେ ହର ଘର ତିରଙ୍ଗା

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ୱାର୍ଡ ୫ ରାଣୀ ପଦ୍ମାବତି ସାହିରେ ଥିବା ସ୍ୱାସ୍ତିକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ୱାରା ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଗୋଷ୍ଠୀର ସଦସ୍ୟ ମାନେ ନିଜସ୍ୱ ପାଣ୍ଠିରେ ଭାରତୀୟ ପତାକା କିଣି ସହରର ରାଜଦାଣ୍ଡ , ପଦ୍ମାବତୀ ସାହି , ଜଙ୍ଗମ୍ ସାହି , ଗୁଜରାତିପେଣ୍ଠ ସାହି ସହ ଅନ୍ୟାନ୍ୟ ସାହିରେ ଘରେ ଘରେ ତ୍ରିରଙ୍ଗା ଲଗାଇବା ସହ ଦେଶାତ୍ମକବୋଧୋ ସଙ୍ଗୀତ ବଜାଇ ଲୋକଙ୍କ ମଧ୍ୟରେ ଦେଶାତ୍ମକ ଚିନ୍ତା ଧାରା ସୃଷ୍ଟି କରିଥିଲେ।
ସଦସ୍ୟ ମାନେ ନିଜସ୍ୱ ପାଣ୍ଠିରୁ ଏପରି କାର୍ଯ୍ୟ କରିଥିବା ଯୋଗୁଁ ପାରଳା ବାସୀ ଗୋଷ୍ଠୀକୁ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀର ସଭାନେତ୍ରୀ ରଞ୍ଜିତା ପ୍ରଧାନ ଓ ସମ୍ପାଦିକା ଗାୟତ୍ରୀ ରାଜ ପରିଚାଳନା କରିଥିବା ବେଳେ ପ୍ରାୟ ୧୦ ରୁ ଅଧିକ ସଦସ୍ୟ ଏଥିରେ ଯୋଗ ଦେଇଥିଲେ।

Leave A Reply

Your email address will not be published.