ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମରେ ୫ଟି ରୂପାନ୍ତରିତ ବିଦ୍ୟାଳୟରେ ସାମିଲ ହେବାକୁ ଯାଉଛି କ୍ଷେତ୍ରମୋହନ ବିଦ୍ୟାପୀଠ

0

 ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ମଧ୍ୟରେ ବିଦ୍ୟାଳୟ ଗୁଡ଼ିକୁ ୫ଟି ରୂପାନ୍ତରିତ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ତର୍ଭୁକ୍ତ କରାଯିବା ଏକ ନିଆରା ଉନ୍ନତ ଚିନ୍ତାଧାରା । ଏହି ବିକାଶମୂଳକ କାର୍ଯ୍ୟକ୍ରମ କୁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅ ଳର ବହୁ ବିଦ୍ୟାଳୟକୁ ଏପର୍ଯ୍ୟନ୍ତ ୫ଟି ରୁପାନ୍ତରିତ ଯୋଜନାରେ ଯୋଡ଼ାଯାଇଛି । ବିଧାୟକ ଶ୍ରୀ ଜେନାଙ୍କ ଉଦ୍ୟମ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ କଟରପଡ଼ା ଗ୍ରାମପଂଚାୟତ କ୍ଷେତ୍ରମୋହନ ବିଦ୍ୟାପୀଠ ୫ଟି ରୂପାନ୍ତରିତ ଯୋଜନାରେ ସାମିଲ ହେବାକୁ ଯାଉଛି । ବିଧାୟକ ଶ୍ରୀ ଜେନାଙ୍କ ଉଦ୍ୟମରେ ଏହା ସଫଳ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଂଚଳବାସୀ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିନିମନ୍ତେ ବିଧାୟକ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରସ୍ତୁତି ବୈଠକ କ୍ଷେତ୍ରମୋହନ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ଜସ୍ମିତା ସେଠୀ, ବରିଷ୍ଠ ମୁରବୀ ଫକୀରଚରଣ ନାୟକ,ସରପଂଚ ରାକେଶ ମଲିକ, ପ୍ରଧାନଶିକ୍ଷକ ରମେଶଚନ୍ଦ୍ର ସାହୁ,କିଶୋରଚନ୍ଦ୍ର ନାଥ, ଅକ୍ଷୟ କୁମାର ସ୍ୱାଇଁ,ନିରଞ୍ଜନ ସ୍ୱାଇଁ, ନିମାଇଁଚରଣ ସ୍ୱାଇଁ, ସନ୍ତୋଷ କୁମାର ପାତ୍ର,ଭାଗବତ ବଳ, ଅଲେଖ ଚନ୍ଦ୍ର ମହାରଣା ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଗ୍ରାମବାସୀ ମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.