ନିଶ୍ଚିନ୍ତକୋଇଲି,: ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ଉପଲକ୍ଷେ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଗ୍ରାମପ ।ୟତ ଦିକ୍ଷିତପଡ଼ା ସ୍ଥିତ କର୍ମବୀର ଗୌରୀଶଙ୍କର ରାୟଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପୂର୍ବକ କର୍ମବୀର ଗୌରୀଶଙ୍କର ରାୟଙ୍କ ବାସଭବନରେ ତ୍ରିରଙ୍ଗା ପତାକା ଲଗାଇ ଏହି ଶୁଭ ଦେଶସେବା ମୂଳକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା । ଏପରିକି ସ୍ଥାନୀୟ ଅ ଳର ଘରେ ତ୍ରିରଙ୍ଗା ପତାକା ଲଗାଇବା ସହ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ନାରାବାଜୀ ଦିଆଯାଇ ଗ୍ରାମ ପରିଭ୍ରମଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନ ଙ୍କ ସହ ବିଜେପି ମଣ୍ଡଳ ସଭାପତି କୈଳାସଚନ୍ଦ୍ର ବେହେରା,ବିଜେପି କର୍ମୀ ତ୍ରିଲୋଚନ ନାୟକ, ଅଭୟ ପାତ୍ର, ସମିତିସଭ୍ୟ ଭବାନୀ ବେହେରା, କ୍ଷୀରୋଦ ପାତ୍ର, ପବିତ୍ର ମହାନ୍ତି, ଗୋଲଖ ସିଂ, ସୁମନ୍ତ ସିଂ, ସୁଶାନ୍ତ ପଣ୍ଡା, ଅଜୟ ମହାକୁଡ଼,ସଂଜିବ ସାହୁ, କାଜଲ ପ୍ରିୟଦର୍ଶିନୀ, ପ୍ରତିମା ସିଂ, ସୌଦାମିନୀ ବେହେରା, ସସ୍ମିତା ବଳ ପ୍ରମୁଖ ଙ୍କ ସମେତ ବହୁ ବିଜେପି କର୍ମୀମାନେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.