ନିଶ୍ଚିନ୍ତକୋଇଲି,: ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ଉପଲକ୍ଷେ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ୨୪ନଂ ଜୋନ୍ ସ୍ତରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୪ନଂ ଜୋନ୍ ବିଭିନ୍ନ ଗ୍ରାମରେ ବିଜେପି କର୍ମୀମାନେ ଭ୍ରମଣ କରି ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ କରିଥିଲେ । ଏପରିକି ସ୍ଥାନୀୟ ଅ ଳର ଘରେ ତ୍ରିରଙ୍ଗା ପତାକା ଲଗାଇବା ସହ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ନାରାବାଜୀ ଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନ ନିର୍ଦ୍ଦେଶ କ୍ରମେ ବିଜେପି ମଣ୍ଡଳ ସଭାପତି ରଞ୍ଜନ ରାଉତ,କୈଳାସଚନ୍ଦ୍ର ବେହେରା, ଜିଲ୍ଲା ପ୍ରତିନିଧି ହେମନ୍ତ ରାଉତ, ସନ୍ତୋଷ କାପ, କଲ୍ୟାଣୀ ସେଠୀ, ପ୍ରକାଶ ସାମଲ, ସସଧର ମିଶ୍ର, ଓଁମ ଜୟ ଜଗନ୍ନାଥ ଜୟ ଶ୍ରୀରାମ, ଅକ୍ଷୟ ଓଝା, କାଳନ୍ଦୀ ସାମଲ, ପ୍ରତାପ ସାମଲ, ମନୋଜ କୁମାର ସାମଲ, ପୂର୍ବତନ ସରପ ବସନ୍ତ ମହାରଣା ପ୍ରମୁଖ ଙ୍କ ସମେତ ବହୁ ବିଜେପି କର୍ମୀମାନେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.