ରାୟଗଡରୁ ସରୋଜ କୁମାର ସାହୁ:ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଜେକେ କାଗଜ କଳ ତରଫରୁ ତାର ଆଖପାଖ ଅଞ୍ଚଳରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକୃତା ପ୍ରଜିଯୋଗିତାର ଆୟୋଜନ କରା ଯାଇଥିଲା। ଏଥିରେ ୫୪ ଟି ସ୍କୁଲର ମୋଟ ୭୦୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ଓ ଫାଇନାଲ କୁ ୭୦ଜଣ ଛାତ୍ରଛାତ୍ରୀ ଉନ୍ନୀତ ହୋଇଥିଲେ । କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା ତା. ୦୨.୦୮. ୨୨ ରିଖ ଠାରୁ ଆରମ୍ଭ ହୋଇ ତା. ୦୮.୦୮.୨୨ ରିଖରେ ସମାପ୍ତ ହୋଇଥିଲା ଓ ଫାଇନାଲ ପ୍ରତିଯୋଗିତା ତା. ୧୨.୦୮.୨୨ ରିଖରେ ସବ୍ ଜୁନିଅର ଏବଂ ଜୁନିଅର ଓ ତା. ୧୩.୦୮.୨୨ ରିଖରେ ସିନିୟର୍ ବର୍ଗ ଅନୁଷ୍ଠିତ ହୋଇଛି। ସବ୍ ଜୁନିଅରଙ୍କ ପାଇଁ “ପ୍ଲାଷ୍ଟିକ ପରିବେଶ ପାଇଁ ଏକ ବଡ଼ ବିପଦ” ବିଷୟ ବସ୍ତୁ ରହିଥିବା ବେଳେ ଜୁନିଅରଙ୍କ ପାଇଁ “ମୋବାଇଲ୍ ଫୋନ୍ ର ବ୍ୟବହାର ଓ ଛାତ୍ର ଉପରେ ତାହାର ପ୍ରଭାବ” ଏବଂ ସିନିୟର୍ ବର୍ଗଙ୍କ ପାଇଁ “ରାଷ୍ଟ୍ର ଗଠନ ରେ ଛାତ୍ର ର ଭୂମିକା” ବିଷୟ ବସ୍ତୁ ଥିଲା। ଏହି ପ୍ରତିଯୋଗିତାର ବିଚାରକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ନୀଳାମ୍ବର ମିଶ୍ର, ଶରତ ଚନ୍ଦ୍ର ତ୍ରିପାଠୀ ଓ ଭବାନୀ ଦାସ (ଅଧ୍ୟାପକ) ଉଗ୍ରତାରା ମହାବିଦ୍ୟାଲୟ, କୁମୁଟିପେଣ୍ଠ ଓ ସିନିୟର୍ ବର୍ଗରେ ବିଚାରକ ଭାବେ କେ. ସି. ସାହୁ (ଅଧ୍ୟାପକ) ଲକ୍ଷ୍ମୀପତ୍ ସିଂଘାଣିଆ ମହାବିଦ୍ୟାଲୟ, ଜେକେ ପୁର୍, ଶିକ୍ଷକ ଦେବେନ୍ଦ୍ର ଦୋରା, ଜଗଦୀଶ ଚନ୍ଦ୍ର ଦୋରା, ପ୍ରଧାନ ଶିକ୍ଷକ, ବିଏନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅବସର ପ୍ରାପ୍ତ ଶିକ୍ଷକ କେ. ସି. ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜେକେ କାଗଜ କଳର ଆକାଉଣ୍ଟସ ବିଭାଗର ମୁଖ୍ୟ ଶ୍ରୀ ବିଶ୍ୱଜିତ୍ ଦେବ, ପ୍ରଦ୍ବୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିବା ବେଳେ ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଏହି ପ୍ରତିଯୋଗିତାରେ ସବ୍ ଜୁନିଅର ବିଭାଗରେ ଆଶୀର୍ବାଦ ଦୋରା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହିଙ୍ଗୁଳା କିଲକା, ସେବାଶ୍ରମ କୋଲନରା ଦ୍ଵିତୀୟ, ସଞ୍ଜନା ପ୍ରସାଦ, ତୃତୀୟ , ଲକ୍ଷ୍ମୀପତ ସିଙ୍ଘାଣିଆ ପ୍ରାଥମିକ ବିଦ୍ୟାଳୟ , ଶିବାଶିଷ ପାତ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର୍ ଓ ଜ୍ୟୋତି ପିର୍ବାକା, ସେବାଶ୍ରମ କୋଲନରା, ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ସେହିପରି ଜୁନିଅର ସ୍ତରରେ ଅଭିଷେକ ପାଢ଼ୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପିଙ୍କି ମଣ୍ଡଙ୍ଗି, ଜଗଦମ୍ବା ଉଚ୍ଚ ବିଦ୍ୟାଳୟ କୋଲନରା ଦ୍ଵିତୀୟ , ସୁନେନା ସାହୁ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର୍, ତୃତୀୟ ଓ ସାମଲ ସନ୍ତୋଷ, ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ସିନିୟର ବିଭାଗରେ ଶୁଭମ୍ ସ୍ବାଇଁ, ଜଗଦମ୍ବା ଉଚ୍ଚ ବିଦ୍ୟାଳୟ କୋଲନରା, ପ୍ରଥମ ସ୍ଥାନ ପାଇଥିବା ବେଳେ ଶ୍ରୁତି ସୁରଭି ବେଉରିଆ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର ଦ୍ଵିତୀୟ, ବର୍ଷା ରାଣୀ ସେଠୀ, ଜଗଦମ୍ବା ଉଚ୍ଚ ବିଦ୍ୟାଳୟ କୋଲନରା, ତୃତୀୟ ଓ ପାୟଲ ମହାନ୍ତି, ଲକ୍ଷ୍ମୀପତ ସିଙ୍ଘାଣିଆ ଉଚ୍ଚ ବିଦ୍ୟାଳୟ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜେକେ କାଗଜ କଳର ସିଏସଆର ବିଭାଗର ଡେପୁଟି ମ୍ୟାନେଜର ହରିହର ଖମାରୀ ପରିଚାଳନା କରିଥିବା ବେଳେ ମିଳନ ଲେଙ୍କା, ଡେପୁଟି ମ୍ୟାନେଜର ସିଏସଆର ପରିଚାଳନାରେ ସହଯୋଗ କରିଥିଲେ । କାର୍ଯକ୍ରମ ଶେଷରେ ସିଏସଆର ବିଭାଗର ମୁଖ୍ୟ ଶ୍ରୀ ସୁନୀଲ କୁମାର ନାଥ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.