ଭୁବନେଶ୍ୱର-ଭୁବନେଶ୍ୱର ଉପକଣ୍ଠ ପାଇକରାୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ମନୋରଞ୍ଜନ ମିଶ୍ରଙ୍କ ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ସମ୍ବର୍ଦ୍ଧନା ଉତ୍ସବ ରେ ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାମଞ୍ଚ ଉଦଘାଟନ କରାଯାଇଥିଲା | ପଣ୍ଡିତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା | ଶିକ୍ଷକ ମାନଙ୍କ ଠାରୁ ଛାତ୍ର ଛାତ୍ରୀ ମାନେ ଶିକ୍ଷାଆହରଣ କରି କିପରି ସମାଜ ରେ ପ୍ରତିଷ୍ଠିତ ଭାବେ ପରିଗଣିତ ହୁଅନ୍ତି| ପିତା ମାତାଙ୍କ ଭଳି ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ପିଲାମାନଙ୍କ ସଫଳ ଭବିଷ୍ୟତ ଗଢିବାରେ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି ଏହି ଅବସରରେ ଉପସ୍ଥିତ ଶିକ୍ଷକଶିକ୍ଷୟତ୍ରୀମାନେ ସେମାନଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ | ସଂସ୍କୃତ ଶିକ୍ଷକ ପଣ୍ଡିତ ମନୋରଞ୍ଜନ ମିଶ୍ର ଏହି ବିଦ୍ୟାଳୟ ରେ 40ବର୍ଷ ହେବ ଶିକ୍ଷାଦାନ ଦେଇଥିବା ବେଳେ ବିଦ୍ୟାଳୟ ପ୍ରତି ତାଙ୍କର ଅନେକ ଅବଦାନ ରହିଛି | ଉତ୍ସବରେ ପୂର୍ବତନ ଶିକ୍ଷକ କାହ୍ନୁଚରଣ ସାହୁ, ଜ୍ୟୋତିପ୍ରକାଶ ତ୍ରିପାଠୀ (ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ )ରମେଶ ଚନ୍ଦ୍ର ଦେଓମହାପାତ୍ର, ଶାନ୍ତନୁ ରାଉତରାୟ, ଅଲେଖ ସାହୁ, ଗୋଲଖ ସୁବୁଦ୍ଧି,ଆଲୁମନି କ୍ଳବର ସଭାପତି ବିଭୁତି ଭୂଷଣ ବଳିୟାରସିଂହ, ସମ୍ପାଦକ ପାର୍ଥସାରଥୀ ପାଇକରାୟ, ବସନ୍ତ କୁମାର ସାହୁ, ଗଙ୍ଗାଧର ମୁଦୁଲି, ମନୋଜ ରାଉତରାୟଙ୍କ ସମେତ ପୂର୍ବତନ ଛାତ୍ର ଛାତ୍ରୀ ଆଲୁମନି କ୍ଳବର ସମସ୍ତ ସଦସ୍ୟ, ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.