ମେଲଛାମୁଣ୍ଡା(ମନୋଜ ଭୋଇ)-ଘେଁସ ସ୍ଥିତ ବନାଂଚଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ବିଶ୍ୱ ହାତୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ରେଂଜର ଗଜେନ୍ଦ୍ର କୁମାର ଏଣ୍ଡଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତାଳପଦର ମହାବିଦ୍ୟାଳୟ ଅଧ୍ୟାପକ ଉମାକାନ୍ତ ସାହୁ, ଘେଁସ ମହାବିଦ୍ୟାଳୟ ଅଧ୍ୟାପକ ଗୌତମ ସାମଲ, ଘେଁସ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଲକ୍ଷ୍ମିକାନ୍ତ ସାହୁ ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ହାତୀ ଦିବସ ପାଳନର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବନପାଳ ରାଜେନ୍ଦ୍ର କୁମାର ସିଂ, ବନପାଳ ରମେଶ ପ୍ରଧାନ, ବନପାଳ କୈଳାଶ ମାଝୀ, ବନରକ୍ଷୀ କିଶୋର କୁମାର ସେଠ, ବନରକ୍ଷୀ ନିଲିମା କୁମ୍ଭାର, ବନରକ୍ଷୀ ହେମସାଗର ସାହୁ ସମେତ ବିଭିନ୍ନ ଭିଏସଏସ କମିଟିର ସଭାପତି ଏବଂ କାର୍ଯ୍ୟରତ ଏଲିଫେଂଟ ସ୍କାଡ ଉପସ୍ଥିତ ଥିଲେ । ଶେଷରେ ବନପାଳ ରାଜେନ୍ଦ୍ର କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.