ଟାଟା ଟି ପ୍ରିମିୟମ୍-ଦେଶ କି ଚାଏ ‘ଦେଶ କା ଗର୍ବ’ ଅଭିଯାନର ଅଂଶ ସ୍ୱରୂପ ଓଡ଼ିଶାର ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧକୁ ପାଳନ କରୁଛି
ଦେଶ କା ଗର୍ବ ଟି-ସେଟ୍ ସମ୍ଭାରର ସୀମିତ ସଂସ୍କରଣ, ସ୍ୱତନ୍ତ୍ର ଟିଣ ପ୍ୟାକ୍ (indiakichai.com)ରେ ଉପଲବ୍ଧ) ଓ ଭାରତର ସ୍ୱାଧୀନତା ପରବର୍ତୀ ଗୌରବମୟ ମୁହୂର୍ତକୁ ପାଳନ କରିବା ଲାଗି ଏକ ସିନେମା ଉନ୍ମୋଚିତ
ଭୁବନେଶ୍ୱର: ଏହି ସ୍ୱାଧୀନତା ଦିବସରେ ସଦ୍ୟତମ ‘ଦେଶ କା ଗବ’ର୍ ଅଭିଯାନର ଅଂଶସ୍ୱରୂପ, ଟାଟା ଟି’ର ବିବିଧ ପୋର୍ଟଫୋଲିଓର ପ୍ରମୁଖ ବ୍ରାଣ୍ଡ୍ ଟାଟା ଟି ପ୍ରିମିୟମ୍-ଦେଶ କି ଚାଏ ପକ୍ଷରୁ ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧକୁ ପାଳନ କରାଯାଉଛି ଯାହା ହେଉଛି ଓଡ଼ିଶାର ଗୌରବ । ଆଂଚଳିକ ଗୌରବ ଜାଗ୍ରତ କରିବା ଲାଗି ବ୍ରାଣ୍ଡ୍ର ନୈତିକତା ଅନୁସାରେ ଦେଶ କା ଗର୍ବ ଅଭିଯାନ ସାତ ଦଶନ୍ଧି ବ୍ୟାପୀ ଏକ ଯାତ୍ରା ଯେଉଁଥିରେ ଆମ ସ୍ୱାଧୀନତା ପରବର୍ତୀ ଯାତ୍ରାର ପ୍ରମୁଖ ମୁହୂର୍ତ ଓ ଘଟଣାକୁ ଧରି ରଖାଯାଇଛି ଯାହା କେବଳ ସେହି ସମୟରେ ଇତିହାସ ସୃଷ୍ଟି କରିନଥିଲେ ବରଂ ଭାରତକୁ ବିଶ୍ୱ ମଂଚରେ ସ୍ଥାନିତ କରିଥିଲେ । ସେଭଳି ଆଠ ମୁହୂର୍ତ ମଧ୍ୟରୁ ହୀରାକୁଦ ନଦୀବନ୍ଧ ହେଉଛି ଅନ୍ୟତମ । ଏହି ମାଇଲଖୁଂଟଗୁଡ଼ିକୁ ଅବିସ୍ମରଣୀୟ କରିବା ଏବଂ ଲୋକମାନଙ୍କୁ ଦେଶର ଗର୍ବିତ ଇତିହାସର ସ୍ମୃତିଚାରଣ କରାଇବା ଲାଗି ବ୍ରାଣ୍ଡ୍ ପକ୍ଷରୁ ଏହି ଅଭିଯାନର ଅଂଶ ସ୍ୱରୂପ ଦେଶ କା ଗୌରବ ସମ୍ଭାର ଭାବେ ପରିଚିତ ଏକ ସୀମିତ ସଂସ୍କରଣର କଳାକୃତିର ଚା’-ସେଟ୍ ଓ ଟିଣ ପ୍ୟାକ୍ ସମ୍ଭାରକୁ ଉନ୍ମୋଚନ କରାଯାଇଛି ।
କଳା ଜରିଆରେ କ୍ଷୁଧା ସଙ୍କଟ ବିରୋଧରେ ଲଢ଼େଇ ଉଦ୍ୟମ ଜାରି ରଖିଥିବା ଏକ ସ୍ୱତନ୍ତ୍ର ପ୍ରଭାବୀ ବ୍ରାଣ୍ଡ୍ ପ୍ଲେଟେଡ୍ ପ୍ରୋଜେକ୍ଟ ସହ ସହଯୋଗିତାରେ ଦେଶ କା ଗର୍ବ ଚା’-ସେଟ୍ ସମ୍ଭାରକୁ ପ୍ରସ୍ତୁତ କରାଯାଇଛି । ସ୍ପଷ୍ଟ ଦୃଷ୍ଟାନ୍ତ୍ ଜରିଆରେ ଭାରତର ଗୌରବମୟ ସ୍ୱାଧୀନତା ପରବର୍ତୀ ଇତିହାସରେ ଜୀବନ୍ୟାସ କରି ପ୍ରତିଟି କଳାକୃତିର ଚା’-ସେଟ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଯାହା ପ୍ରସିଦ୍ଧ ମୁହୂର୍ତ ଓ ଘଟଣାଗୁଡ଼ିକୁ ପ୍ରଦର୍ଶିତ କରଛି ଯାହା ଭାରତର ଗର୍ବ ଓ ସମ୍ମାନକୁ ଜାଗ୍ରତ କରିଛି । ପ୍ରତି ସେଟ୍ର କେବଳ ୫୦ ଖଣ୍ଡ ଉତ୍ପାଦନ କରାଯାଇଛି ଯାହା ଏହି ସମ୍ଭାରକୁ ବାସ୍ତବରେ ସ୍ୱତନ୍ତ୍ର ଧରଣର କରିପାରିଛି ।
ସାମାଜିକ ଚେନତାକୁ ଆଗକୁ ବଢ଼ାଇବା ଲାଗି ଟାଟା ଟି’ର ଲକ୍ଷ୍ୟ ସହ ଦି ପ୍ଲେଟେଡ୍ ପ୍ରୋଜେକ୍ଟର କ୍ଷୁଧା ବିରୋଧ ଲଢ଼େଇ ପ୍ରତି ବାସ୍ତବ ଭାବ ରଖି ପ୍ରତିଟି ଖଣ୍ଡ ବିକ୍ରିରୁ ମିଳିବାକୁ ଥିବା ୧୦୦% ରାଶିକୁ ବଂଚିତ ବର୍ଗର ପିଲାମାନଙ୍କ ଭୋଜନ ପ୍ରଯୋଜନା ପାଇଁ ଦାନ କରାଯିବ, ଯଦ୍ୱାରା ସେମାନେ ଏକ ଉତମ ଭବିଷ୍ୟତ ଗଠନ କରିପାରିବେ । ନିମ୍ନରେ ଉଲ୍ଲେଖ କରାଯାଇଥିବା ଗୌରବମୟ ମୁହୂର୍ତ ଓ ଘଟଣାବହୁଳ ଯାତ୍ରାରେ ଗ୍ରାହକଙ୍କୁ ନେବ ଦେଶ କା ଗର୍ବ ସମ୍ଭାର ।
– ୧୯୫୭: ଓଡ଼ିଶା
ହୀରାକୁଦ ନଦୀବନ୍ଧର ଉଦଘାଟନ: ଭାରତରେ ବିଶ୍ୱର ଦୀର୍ଘତମ ମାଟିର ନଦୀବନ୍ଧ
– ୧୯୬୦: ପଂଜାବ
ପଂଜାବରେ ଭାରତର ସବୁଜ ବିପ୍ଳବର ମଂଜି ବୁଣାଯାଇଥିଲା
-୧୯୮୨: ଦିଲ୍ଲୀ
ରଙ୍ଗୀନ ଟିଭିର ଉପସ୍ଥାପନା ସହିତ ଦିଲ୍ଲୀ ଏସିଆନ୍ ଗେମ୍ସ ଭାରତର କଳ୍ପନାକୁ ବହୁଗୁଣିତ କରିଥିଲା
– ୧୯୮୩: ଉତରପ୍ରଦେଶ
ଭାରତର ଗର୍ବ ତାଜ୍ ମହଲ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ ପରିଣତ ହେବା ସହ ସାର୍ବଜନୀନ ଭାବେ ବିଶ୍ୱ ଐତିହ୍ୟର ଅନ୍ୟତମ ମାଷ୍ଟରପିସ୍ରେ ପରିଣତ ହୋଇଥିଲା
-୧୯୮୩: ମହାରାଷ୍ଟ୍ର
ଅଜନ୍ତା-ଏଲୋରା ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ ପରିଣତ ହୋଇ ଭାରତର ସମୃଦ୍ଧ ଓ ସମ୍ପନ୍ନ ଐତିହ୍ୟକୁ ପାଳନ କରିଥିଲା ।
-୧୯୮୪: ପଶ୍ଚିମବଙ୍ଗ
କୋଲକାତାରେ ପ୍ରଥମ ମେଟ୍ରୋର ଶୁଭାରମ୍ଭ ହୋଇଥିଲା
– ୨୦୦୯: ମୁମ୍ବାଇ
ବାନ୍ଦ୍ରା-ୱର୍ଲି ସି’ଲିଙ୍କ୍, ଖେଲା ସମୁଦ୍ର ଉପରେ ଭାରତର ପ୍ରଥମ କେବୁଲ୍ ସହ ରହିଥବା ପୋଲ ନିର୍ମାଣ
-୨୦୧୦ ପରବର୍ତୀ ସମୟ: ହରିୟାଣା
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର କ୍ରୀଡ଼ା ମହାଶକ୍ତି ଭାବେ ହରିୟାଣାର ଅଭ୍ୟୁଦୟ
ସପିଂ କରିବା ଓ ସହାୟତା ଦେବା ଲାଗି ଦେଶ କା ଗୌରବ ସମ୍ଭାର indiakichai.comରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହୋଇଛି ।
ପ୍ରଭାବଶାଳୀ ଢଙ୍ଗରେ ଏହି କାହାଣୀଗୁଡ଼ିକୁ ବାନ୍ଧି ରଖି ଟାଟା ଟି ପ୍ରିମିୟମ୍ ପକ୍ଷରୁ ଏହି ମହତ୍ୱପୂର୍ଣ୍ଣ ଦିବସ ପାଇଁ ଏକ ସ୍ୱତନ୍ତ୍ର ଟିଭି ଅଭିଯାନର ଶୁଭାରମ୍ଭ କରାଯାଇଛି । ପ୍ରଯୁକ୍ତି ଜ୍ଞାନକୌଶଳ ସହିତ କାହାଣୀ ବର୍ଣ୍ଣନାକୁ ଅତି ଯତ୍ନର ସହ ମିଶ୍ରଣ କରି ଏହି ସିନେମା ଗୋଟିଏ ଫ୍ରେମ୍ରେ ଏହି ଗୌରବମୟ ମୁହୂର୍ତ ଓ ଘଟଣାବଳୀଗୁଡ଼ିକର ଯାତ୍ରାକୁ ଦର୍ଶାଇବା ଲାଗି ଅତୀତ ସହିତ ବର୍ତମାନକୁ ନିରବଚ୍ଛିନ୍ନ ଭାବେ ଯୋଡ଼ିଛି । ଏହି ଟିଭିସି ଗ୍ରାହକମାନଙ୍କ ହୃଦୟରେ ଯୋଡ଼ି ହୋଇ ଅତୀତର ଏହି ସ୍ୱତନ୍ତ୍ର ମାଇଲଖୁଂଟଗୁଡ଼ିକର ସ୍ମୃତିଚାରଣ କରିବା ଲାଗି ଦେଶର ନାଗରିକମାନଙ୍କୁ ସୁଯୋଗ ପ୍ରଦାନ କରିଛି । ଏହି ଅଭିଯାନର ମୂଳ ଭାବକୁ ଜାଗ୍ରତ କରି ଏହି ସିନେମା କେନ୍ଦ୍ରୀୟ ବାର୍ତା “ଆଜାଦୀ କା ୭୫ ସାଲୋମେଁ, ଐସେ କଇ କିସେ, କଇ ପଲ ହେଁ, ଜୋ ଦେଶ କା ଗର୍ବ ହେଁ, ତୋ ଚଲିଏ, ଉନ କିସୋଁ କୋ ଫିରସେ ଜିକର, ଉନକୋ ଆପନି ଜିନ୍ଦେଗୀ କା ହିସେ ବନାତେ ହୈଁ’ ସହ ଶେଷ ହୋଇଛି ।
ବ୍ରାଣ୍ଡ୍ ସିନେମାର ଲିଙ୍କ: DESH KI CHAI CELEBRATES #DESHKAGARV
ଏହି ନୂଆ ଅଭିଯାନ ଉପରେ ମତ ରଖି ଟାଟା କଂଜ୍ୟୁମର୍ ପ୍ରଡକ୍ସସ୍-ପ୍ୟାକେଜଡ୍ ବେଭରେଜେସ୍ (ଭାରତ ଓ ଦକ୍ଷିଣ ଏସିଆ) ସଭାପତି ପୁନୀତ୍ ଦାସ କହିଛନ୍ତି ଯେ, “ହାଇପରଲୋକାଲ୍ ଅଭିଯାନର ଅଗ୍ରଗାମୀ ଟାଟା ଟି ପ୍ରିମିୟମ୍, ଦେଶ କି ଚାଏ ସର୍ବଦା ବିବିଧ ସ୍ୱାଦ ପସନ୍ଦକୁ ପୂରଣ କରୁଛି ଓ ଭାରତର ସମୃଦ୍ଧ ସଂସ୍କୃତି ଓ ଜନତାଙ୍କୁ ପାଳନ କରୁଛି । ଏହି ସ୍ୱାଧୀନତା ଦିବସରେ ଭାରତର ସ୍ୱାଧୀନତାର ୭୫ ବର୍ଷକୁ ଏକ ଚମତ୍କାର ଟିଭିସି ଓ ଏକ ସୀମିତ ସଂସ୍କରଣର ଦେଶ କା ଗର୍ବ ସମ୍ଭାର ଜରିଆରେ ଜୀବନ୍ତ କରି ‘ଦେଶ କା ଗର୍ବ’ ଅଭିଯାନର ଶୁଭାରମ୍ଭ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଦୁନିଆର ଦୀର୍ଘତମ ମାଟିରେ ତିଆରି ନଦୀବନ୍ଧ ଓ ଓଡ଼ିଶାର ପ୍ରକୃତ ଗୌରବ ହୀରାକୁଦ ନଦୀବନ୍ଧକୁ ୧୯୫୭ରେ ଉଦ୍ଘାଟନ କରିବା ଭଳି ପ୍ରସିଦ୍ଧ ମୁହୂର୍ତ ଓ ଘଟଣାବଳୀଗୁଡ଼ିକୁ ପ୍ରସ୍ତୁତ କରିବା ଲାଗି ବହୁତ କାର୍ଯ୍ୟ କରାଯାଇଛି । ଭିଜୁଆଲ୍ କାହାଣୀ ବର୍ଣ୍ଣନା ଆଧାରରେ ପ୍ରସ୍ତୁତ ଯାହା ଗୋଟିଏ ଫ୍ରେମରେ ଦଶନ୍ଧି ଧରି ବ୍ୟାପିଛି ଜରିଆରେ ଆମେ ଆମର ଗ୍ରାହକମାନଙ୍କୁ ଏହି ମାଇଲ୍ଖୁଂଟର ସ୍ମୃତିଚାରଣ କରିବା ଏବଂ ଗର୍ବର ସହିତ ତାହାକୁ ପାଳନ କରିବାର ଏକ ସୁଯୋଗ ପ୍ରଦାନ କରୁଛି । ଏହି ଦିନରେ ଆମେ ଯେତେବେଳେ ଭାରତର ସ୍ୱାଧୀନତାକୁ ପାଳନ କରୁଛେ ସେତେବେଳେ ଆମ ଦେଶର ସ୍ୱାଧୀନତା ପରବର୍ତୀ କାହାଣୀକୁ ଏଭଳି ପ୍ରସିଦ୍ଧ ମୁହୂର୍ତ ଜରିଆରେ ଅମର କରିବା ପାଇଁ ପ୍ରଦର୍ଶିତ କରି ସ୍ମୃତିଚାରଣ କରାଇବା ଓ “ସାମଗ୍ରିକ ଗୌରବ’ ଆଣିବା ଲାଗି ଏହା ଆମର ଏକ ନିଷ୍ଠାପର ଉଦ୍ୟମ ।’’
ଏହି ସହଯୋଗିତା ସମ୍ପର୍କରେ ଦି ପ୍ଲେଟେଡ୍ ପ୍ରୋଜେକ୍ଟର ପ୍ରତିଷ୍ଠାତା ଚିତ୍ରେଶ ସିହ୍ନା କହିଛନ୍ତି ଯେ, “ପ୍ରଭାବ ସୃଷ୍ଟି କରିବା ଓ ନିହାତି ଜରୁରୀ ସାମାଜିକ କାରଣ ପାଇଁ କାର୍ଯ୍ୟ କରିବା ପାଇଁ ଦି ପ୍ଲେଟେଡ୍ ପ୍ରୋଜେକ୍ଟ ଓ ଟାଟା ଟି ପ୍ରିମିୟମ୍ର ସମାନ ନୈତିକତା ରହିଛି । ସେହି ଦୃଷ୍ଟିରୁ ଏହା ହେଉଛି ଏକ ଶ୍ରେଷ୍ଠ ସହଯୋଗିତା ଏବଂ ପ୍ରତି ଚା’ କପ୍ରେ ହେଉଥିବା ବାର୍ତାଳାପରେ ଗୌରବ ଭରି ଦେବା ଲାଗି ଏକ ସମ୍ଭାରକୁ ସୃଷ୍ଟି କରିବା ପାଇଁ ଅତ୍ୟନ୍ତ ପ୍ରତିଭବାନ କଳାକାରମାନଙ୍କ ସହ କାମ କରଥିବିବାରୁ ଆମେ ବହୁତ ଖୁସି । ଆମ ସ୍ୱାଧୀନତା ଦିବସକୁ ପାଳନ କରିବା ଲାଗି ଏହାଠାରୁ ଭଲ ଉପାୟ ଆମେ ପାଇନଥାନ୍ତୁ ।’’