ଖୋର୍ଦ୍ଧା (ସେକ କୌଶର ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଦୀକ୍ଷିତିପଡା ଗ୍ରାମରୁ ପାଖାପାଖି ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର କଲା ଟାଙ୍ଗୀ ପୁଲିସ | ଗ୍ରାମ ଜଙ୍ଗଲ ଅଂଚଳରେ ବେଆଇନ ଗୋ ଚାଲାଣ ହେଉଥିବାର ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଗତକାଲି ରାତିରେ ଖବର ପାଇଥିଲେ। ବିଳମ୍ବ ନକରି ଏସଡିପିଓ ତୁରନ୍ତ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ, କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ଓ ଟିମକୁ ନେଇ ସମ୍ପୃକ୍ତ ଅଞ୍ଚଳକୁ ଚଢ଼ାଉ ପାଇଁ ଯାଇଥିଲେ।
ରାତିତମାମ ଅପରେସନ ଜାରି ରହିଥିବା ବେଳେ ପରିଶେଷରେ ଅପରେସନରେ ସଫଳ ହୋଇଥିଲା ପୋଲିସକୁ ଦେଖି ଗୋ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ଏସଡିପିଓ ଉକ୍ତ କାରବାରର କିଙ୍ଗପିନକୁ ଧରିବାରେ ସଫଳ ହୋଇଥିଲେ। ତେବେ ପାଖାପାଖି ଶହେରୁ ଉର୍ଦ୍ଧ୍ଵ ଗୋରୁଙ୍କୁ ଜବତ କରାଯାଇଛି, ଯାହାଫଳରେ ଏକ ବଡ଼ ଧରଣର ଗୋ ଚାଲାଣକୁ ରୋକିବାରେ ସଫଳ ହୋଇଛି ପୋଲିସ।
ରାତିତମାମ ଏସଡିପିଓଙ୍କ ସମେତ ଆଇଆଇସି ଶ୍ରୀ ବିଶ୍ୱାଳ ଓ ଫାଣ୍ଡି ଅଧିକାରୀ ଶ୍ରୀ ଜେନା ଗୋରୁମାନଙ୍କୁ ଉକ୍ତ ଜଙ୍ଗଲରେ ଜଗି ରହିଥିବା ବେଳେ ଖବର ପାଇ ଧୀରେ ଧୀରେ ସମ୍ପୃକ୍ତ ଅଞ୍ଚଳକୁ ବିଭିନ୍ନ ଧାର୍ମିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ସୁଅ ଛୁଟୁଛି।
ତେବେ ଏତେ ପରିମାଣର ଗୋରୁ ଙ୍କୁ ଉଦ୍ଧାର କରି ସମସ୍ତଙ୍କ ପ୍ରଶଂସାର ପ୍ରିୟପାତ୍ର ହୋଇଛି ପୋଲିସ। ଗହ୍ମା ପୂର୍ଣ୍ଣିମା ପରି ପବିତ୍ର ଦିବସରେ ସାରା ରାତି ଉଜାଗର ରହି ଗୋରୁଙ୍କୁ ଉଦ୍ଧାର କରିଥିବାରୁ ଆରଏସଏସ, ଭିଏଚପି, ଏବିଭିପି ଏବଂ ଅନ୍ୟ ସାମାଜିକ ସଂଗଠନ ବାଲୁଗାଁ ଏସଡିପିଓ ଓ ଟିମକୁ କୃତଜ୍ଞତାj ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.