କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତ୍ୟାଗ ଓ ବଳିଦାନର ୭୫ ବର୍ଷ ଉପଲକ୍ଷେ ଜିଲା କଂଗ୍ରେସ କମିଟି ସହାୟତା ରେ ବ୍ଲକ କଂଗ୍ରେସ ପକ୍ଷରୁ ସ୍ବାଧୀନତା ର ଗୌରବର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ପ୍ରଦେଶ କଂଗ୍ରେସ ଦଳର ସଭାପତି ଶରତ ପଟ୍ଟନାୟକ ଙ୍କୁ ଆହ୍ୱାନ କ୍ରମେ ଉକ୍ତ ବ୍ଲକ ର ସିକରପାଇ ବୁଡ଼ାଗୁଡା କଲ୍ୟାଣସିଂହପୁର ସଦର ମହକୁମା ଠାରେ ବିଭିନ୍ନ ସ୍ଲୋଗାନ ଦେଇ ପଦଯାତ୍ରା କରିଛନ୍ତି । ଏହାପରେ ସ୍ଥାନୀୟ ବଡଦାଣ୍ଡ ଠାରେ ଏକ ବୈଠକ ଅନୁଷ୍ଠିତ କରିଥିଲେ ।ଅଗଷ୍ଟ ୯ତାରିଖ କ୍ରାନ୍ତୀଦିବସ ଠାରୁ ଅଗଷ୍ଟ ୧୪ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳରେ ପଦଯାତ୍ରା କରାଯିବ ବୋଲି କଂଗ୍ରେସ ପକ୍ଷରୁ ଜଣାପଡିଛି ।ଉପସ୍ଥିତ ଥିବା ଅତିଥିମାନେ ତ୍ୟାଗ ଓ ବଳିଦାନ ଦେଇଥିବା ସଂଗ୍ରାମ ବିଷୟରେ ଅଭିଭାଷଣ ଦେଇଥିଲେ ।ଏହି ପଦ ଯାତ୍ରାରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗିର ପୂର୍ବତନ ବିଧାୟକ ରାମ କାଡ଼ାମ,ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ଜିଲା ପରିଷଦ ସଭାପତି ବିଜୟ ଗମାଙ୍ଗ, ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନୀଳମାଧଵ ହିକକା,ବିଷମକଟକ ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ନୀଳମାଧଵ ଉଲ୍ଲାକା, କୋଲନରା ବ୍ଲକର ପ୍ରଦେଶ କଂଗ୍ରେସ କମିଟିର ସଭ୍ୟ ଜଗନ୍ନାଥ ପଣ୍ଡା, ସ୍ଥାନୀୟ ବ୍ଲକ ସଭାପତି କୋଟା ସୁରିୟା ରାଓ, ବ୍ଲକ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ଜିଲା ଏସ ସି ସେଲ ର ଉପ ସଭାପତି ଚିତ୍ତରଞ୍ଜନ ଗାଣ୍ଟ।,ବରିଷ୍ଠ ନେତା ଚିନ୍ତାଲି ନାଗେଶ୍ୱର ରାଓ, ପୂର୍ଣ୍ଣ ଚନ୍ଦ୍ର କରକରିଆ , ଯୁବ କଂଗ୍ରେସ ଜିଲା ଉପସଭାପତି ଅଶ୍ୱିନୀ ଚୌହ୍ୱାନ, ସମ୍ପଦକ ଦିଲୀପ ମହାନନ୍ଦିଆ, ବ୍ଲକ ଯୁବ କଂଗ୍ରେସ ର ସଭାପତି କିରଣ କୁମାର ରତ୍ନାଲୁ, ସମ୍ପାଦକ ସନ୍ତୋଷ ନାୟକ, ପ୍ରହ୍ଲାଦ କନ୍ଧପାଣି, ସାଧୁରାମ ପାଲକିଆ ପ୍ରମୁଖ ମଞ୍ଚାସିନ ରହିଥିଲେ ।ବର୍ଷା ହେବା ସତ୍ତ୍ୱେ ପ୍ରାୟ ଦୁଇ ଶହରୁ ଅଧିକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.