କଲ୍ୟାଣସିଂହପୁର ପୋଲସ କୁ ମିଳିଛି ବଡ ସଫଳତା, ୨୪ଘଣ୍ଟା ରେ ଚୋର ଗିରଫ, କୋର୍ଟ ଚାଲାଣ।

0

କଲ୍ୟାଣସିଂହପୁରରୁ ପ୍ରଦୀପ ଦଲାଇ : କଲ୍ୟାଣସିଂହପୁର ପୋଲସ କୁ ମିଳିଛି ବଡ ସଫଳତା | ଏକ ଚୋରି ଅଭିଯୋଗର ୨୪ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି |
ଗତ କାଲି କିରାଣୀ ଦୋକାନ ରୁ ଲୂଟ ହୋଇଥିବା ପଚାଶ ହଜାର ଟଙ୍କାକୁ ନେଇ ଥାନା ରେ ଅଭିଯାଗ ହେବାପରେ କଲ୍ୟାଣସିଙ୍ଗପୁର ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ଙ୍କ ନେତୃତ୍ୱ ରେ ଏକ ଟିମ ସ୍ପସିଆଲ ଅପରେସନ କରି ସି ସି ଟିଭି ପୁଟେଜ ଅନୁସାରେ କରନ କୌଶଲ୍ୟା ନାମକ ଯୁବକ କୁ ୨୪ଘଣ୍ଟା ମଧ୍ୟରେ ଧରିବାରେ ସଫୋଲ ହୋଇଥିବା ଦେଖିବାକୁ ମିଳିଛି।ଚର କୁ ଜେରାପରେ ଲୁଛାଇ ରଖିଥିବା ଟଙ୍କାବେଗ କୁ ପୋଲିସ ଜବତ କରିଥିଲା।ଏହି ଘଟଣା କୁ ନେଇ ପୋଲିସ କେସ ନମ୍ବର,୬୭/୨୨ ଦଫା୪୫୭/୩୮୦ ଆଇ ପି ସି ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏସ ଡି ପି ଓ, ଦେବ ଜ୍ୟୋତି ଦାସ ସୂଚନା ଦେଇଛନ୍ତି।ପ୍ରକାଶ ତାହୁ କି ୮ତାରିଖ ରାତିରେ ଟୁନୁ ପାଢ଼ୀ କିରାଣୀ ଦୋକାନ ରୁ ପାଖାପାଖି ପଚାଶ ହଜାର ଟଙ୍କା ଚୋରି ହୋଇଥିବା ସି ସି ଟିଭି ମାଧ୍ୟମରେ ଜଣା ପଡିବାରୁ ପୋଲିସ ନିକଟରେ ୯ତାରିଖଦିନ ଅଭିଯୋଗ କରିଥିଲେ| ସି ସି ଟିଭି ପୁଟେଜ କୁ ଭିତି କରି ଚୋରାକୁ ୨୪ଘଣ୍ଟା ମଧ୍ୟରେ ଧରିବାରେ ସଫଳ ହୋଇପାରିଥିଲା କଲ୍ୟାଣସିଙ୍ଗପୁର ପୋଲସ।ଏହି ଭଳି ଘଟଣା ଅଞ୍ଚଳରେ ବାରମ୍ବାର ଘଟୁଥିବାରୁ ଘର ଓ ଦୋକାନ ବଜାର ରେ ସି ସି ଟିଭି କେମେରା ଲଗାଇବା ପାଇଁ ଜନ ସାଧରଣଙ୍କୁ ଅନୁରୋଧ କରିଛନ୍ତି ଏସଡିପିଓ ଦେବ ଜ୍ୟୋତି ଦାସ ।ଏହା ସହିତ ଜବତ ହୋଇ ଥିବା ୪୮୦୦୦ ହଜାର ଟଙ୍କା କିରାଣୀ ଦୋକାନୀ ଟୁନୁ ପାଢ଼ୀ କୁ ହସ୍ତାନ୍ତର କରାଯାଇଥିଲା। ଟଙ୍କା ଗୁଡ଼ିକ ପାଇ ବେଶ ଖୁସି ଅନୁଭବ କରିବା ସହ କଲ୍ୟାଣସିଂହପୁର ପୋଲସ ଟିମ ଓ ସାଇଣ୍ଟିଫିକ ଟିମକୁ କୃତଜ୍ଞତା ଜଣାଇଛନ୍ତି ଟୁନୁ ପାଢ଼ୀ ଏବଂ ଅଞ୍ଚଳବାସୀ।

Leave A Reply

Your email address will not be published.