(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ର ବରିଷ୍ଠ ବିଜୁ ଜନତା ଦଳ ମୁରବି ବୈଷ୍ଣବଚରଣ ପରିଡା ଙ୍କ ବାରମାଣିଆ ସ୍ଥିତ ବସଭାବନରେ ହୃଦଘାତ ଜନିତ ମୃତ୍ୟୁ ଘଟିଛି । ମୃତ୍ୟ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ସୂଚନାଥାଉକି ସ୍ବର୍ଗତ ପରିଡା (ବଇ ଭାଇ) ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପ୍ରାଣ ପ୍ରତିଷ୍ଠାତା ସଦସ୍ୟ ଅଣକଂଗ୍ରେସ ରାଜନୀତି ର ଅନ୍ୟତମ ସାରଥି ଥିଲେ ଏବଂ ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘର ପୂର୍ବତନ ସଭାପତି ଭାବେ ବହୁ ବର୍ଷ ସଭାପତି ଦାୟିତ୍ୱ ତୁଲାଇ ଆସିଥିଲେ ।ଏପରିକି ବିଜୁ ଜନତା ଦଳ ରେ ଯେ କୌଣସି କାର୍ଯ୍ୟ ହୋଇଥାଏ ସେ ସବୁବେଳେ ସଠିକ ସମୟରେ ସବୁ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତି । ସ୍ବର୍ଗତ ପରିଡା ଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମହୋଦୟ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିପରି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା , ବିଜୁ ଜନତା ଦଳ ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର,ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ମନୋଜ ସେଠି, ବିଜୁ ଜନତା ଦଳ କର୍ମୀ କ୍ଷୀରୋଦ ପଣ୍ଡା, ଜ୍ୟୋତିପ୍ରକାଶ ସ୍ୱାଇଁ, ବ୍ରଜମୋହନ ପଣ୍ଡା, ପ୍ରମୋଦ ସ୍ୱାଇଁ, ଜ୍ଞାନରଞ୍ଜନ ରାଉତ, ତପନ ଦାଶ, ଜିଲ୍ଲାପରିଷଦ ବିପ୍ଳବ କାପ, ଭୂପତିଭୁଷଣ ସଣ୍ଡ ,ଛାତ୍ର ସଭାପତି ସୁଶାନ୍ତ ନାୟକ ଙ୍କ ସମେତ ବହୁ ବିଜୁ ଜନତା ଦଳର ନେତୃବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ମରଶରୀର ରେ ପୁଷ୍ପମାଲ୍ୟ ଦେବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ବର୍ଗତ ପରିଡ଼ା ଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ, ବୋହୁ, ଝିଅ, ଜ୍ୱାଇଁ, ବନ୍ଧୁ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ତେବେ ବରିଷ୍ଠ ବିଜେଡି କର୍ମୀ ସ୍ବର୍ଗତ ବୈଷ୍ଣବଚରଣ ପରିଡା ଙ୍କ ମୃତ୍ୟରେ ସ୍ଥାନୀୟ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଥିଲା ବେଳେ ସେ ଜଣେ ସ୍ନେହି, ପରୋପକାରୀ, ମିଷ୍ଟଭାଷୀ, ମେଳାପୀ, ଧର୍ମପରାୟଣ ବ୍ୟକ୍ତି ହୋଇଥିବାରୁ ସମଗ୍ର ଅଞ୍ଚଳ ଲୋକାରଣ୍ୟ ରେ ପରିଣତ ହୋଇଥିଲା । ଏପରିକି ବିଜୁ ଜନତା ଦଳ କର୍ମୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଞ୍ଚି ସ୍ବର୍ଗତ ପରିଡାଙ୍କୁ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦ ଗତି କାମନା ପାଇଁ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ସ୍ନାଇଡର୍ ଇଲେକ୍ଟ୍ରିକ୍ ପକ୍ଷରୁ ଏହାର ବି୨ସି ଉତ୍ପାଦ ପାଇଁ ଓଡ଼ିଶାରେ ପ୍ରଥମ ଏକ୍ସପେରିଏନ୍ସ ସେଂଟର୍ର ଶୁଭାରମ୍ଭ
Next Post