ବାଲେଶ୍ଵର, ସିମୁଳିଆ, ମଇତାପୁର (ଅକ୍ଷୟ କୁମାର ଜେନା) ଯୌତୁକ ରୂପୀ ରାକ୍ଷସ ମଣିଷ ମାନଂକ ଭିତରେ ଏବେ ବି ଜୀବିତ। ଅର୍ଥ ଲୋଭି ମଣିଷ ସଂପର୍କ କୁ ଜଳାଞ୍ଜଳି ଦେଇ ମାନବିକତା ଭୁଲି ଯାଉଛି। ଅତି ଅଲିଅଳି ସାନ ଝିଅ ଟି ଭଲ ପାଇ ଯାହାକୁ ବର ମାନି ଥିଲା। ମା ପୁଅ ମିଶି ମରଣାତ୍ମକ ଆକ୍ରମଣ କରି ଶେଷ ରେ ତା ପାଟି ରେ ବିଶ ଢାଳି ଦେଲେ। ଘଟଣା ଟି ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକ ଅନ୍ତର୍ଗତ ତେଲିଆପଡା ଗାଁ ରେ ଦେଖିବାକୁ ମିଳିଛି।ହରିହର ବେହେରା ଓରଫ୍ ଟିକିନା ମଇତାପୁର ଗାଁ ର ରବୀନ୍ଦ୍ର ସାହୁ ଙ୍କ ଝିଅ କୁ ଭଲ ପାଇ ବଳପୂର୍ବକ ଉଠାଇ ନେଇ ଥିଲେ। ବିବାହ ର କିଛି ଦିନ ପରେ ଉଭୟ ବିଧବା ଶାଶୁ ଓ ପୁଅ ମିଶି ଯୌତୁକ ଆଣିବାକୁ କହି ମାର ଧର ଆରମ୍ଭ କରି ଦେଇଥିଲେ। ବାହାଘର ପରେ ରଶ୍ମିତା ବାପ ଘର ସହ ସମ୍ପର୍କ ନ ଥିବାରୁ ଅତ୍ୟାଚାର କୁ ସହି ସହି ଗୋଟେ କନ୍ୟା ସନ୍ତାନ ର ମା ମଧ୍ୟ ହୋଇଥିଲେ। ଚାରି ବର୍ଷ ଧରି ମାର ପିଟ ଯୋଗୁଁ ଏଇ ଛ ମାସ ତଳେ ରଶ୍ମିତା ଙ୍କୁ ଜୋର୍ ଜବରଦସ୍ତ ବିଶ ଖୁଆଇ ଦେଇଥିଲେ। ଏସବୁ ଅତି ଅସହ୍ୟ ହେବାରୁ ବାପ ଘର ଲୋକ ଥାନା ରେ ଭଦ୍ର ଲୋକ ଙ୍କୁ ବସାଇ ମେଣ୍ଟା ମିଶା କରାଇବା ସହ ଏଥିରେ ରଶ୍ମିତା ମୃତ୍ୟୁ ମୁଖ ରୁ ଅଳ୍ପକେ ବର୍ତ୍ତି ଯାଇ ଥିଲେ। କିନ୍ତୁ ଏଇ ଅଗଷ୍ଟ ଚାରି ତାରିଖ ଥିଲା ରଶ୍ମିତା ପାଇଁ କାଳ ରାତ୍ରୀ । ଭିଣେଇ ଟିକି ନା ଫୋନ କଲ୍ ରୁ ଶଳା ରଶ୍ମି ସାହୁ ଭଦ୍ରକ ମେଡିକାଲ ଜାଇ ଦେଖନ୍ତି ତ ଭଉଣୀ ଦେହ ରେ ମାଡ଼ ମରା ଚିହ୍ନ ସହ ଅତି ସଙ୍କଟାପନ୍ନ ଅବସ୍ଥାରେ ଭଦ୍ରକ ଡାକ୍ତର କଟକ ରେଫର କରୁ ଛନ୍ତି। କଟକ ଅଶ୍ଵିନୀ ହସ୍ପିଟାଲ ରେ ଚିକିତ୍ସା ଧିନ ଅଵସ୍ଥା ରେ ରଶ୍ମିତା ଆଖି ବୁଜି ଦେଇ ଥିଲେ। ସିମୁଳିଆ ଥାନା ରେ ଏଫ୍ ଆଇ ଆର ଦେବା ସହ ବାପା ରବୀନ୍ଦ୍ର ସାହୁ କୋହ ଭରା ସ୍ୱର ରେ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି। ଚାରି ବର୍ଷ ର କୁନି ଝିଅ ଟି ମା କୁ ହରାଇ ଥିବା ବେଳେ ଏଯାଏଁ ସିମୁଳିଆ ପୋଲିସ ତଦନ୍ତ କରି ଦୋଷୀ କୁ କି ପ୍ରକାର ଦଣ୍ଡ ଦେଉଛି ତାହା ଦେଖିବା ବାକି ଅଛି।
Sign in
Sign in
Recover your password.
A password will be e-mailed to you.