ତିଲେଶ୍ୱର ଆରଇସି ବିଶ୍ୱକର୍ମା ପୂଜା ପ୍ରସ୍ତୁତି ବୈଠକ

0

ସଭ୍ୟଙ୍କ ଚାନ୍ଦାରେ ପୂଜା  ନିଷ୍ପତି ସହ ଏକ ରକ୍ତଦାନ ଶିବିର ଆୟୋଜନ

ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ୱର ରୟାଲ ଇଗଲ କ୍ଲବର ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ବୈଠକ ମଙ୍ଗଳବାର ସନ୍ଧ୍ୟାରେ କ୍ଲବର ପୁର୍ବତନ ସଭାପତି ସଚିନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି  ।ଚଳିତ ବର୍ଷ ପୂଜା ଯେପରି ଶାନ୍ତିଶୃଙ୍ଖଳାରେ ହେବା ସେନେଇ ଆଲୋଚନା କରାଯଇଥିଲା । କ୍ଲବର ସମସ୍ତ ସଭ୍ୟଙ୍କ ଚାନ୍ଦାରେ ପୂଜାଖର୍ଚ୍ଚ ତୋରାନ୍ୱିତ ହେବ ବୋଲି କ୍ଲବର ସଭାପତି ନିକୁଂଜ କୁମାର ବେହେରା ଜଣାଇଥିଲେ । ପୂଜା ଖର୍ଚ୍ଚର ହିସାବ ଦାୟତ୍ୱ କୋଷାଧକ୍ଷ ଅନିଲ କୁମାର ସାହୁ ଓ ବିକାଶ କୁମାର ସାମଲ ଙ୍କୁ ରଖିବା ପାଇଁ ସ୍ଥିର କରାଯାଇଥିଲା  ।ଏଥି ସହିତ ମେଢ, ମୂର୍ତ. ପୂଜା ଦାୟତ୍ୱ ସମ୍ପାଦକ କାଳିଆ ନାଏକ, ଗ୍ରାଫିକ୍ସ ଡିକାଇନର ବିକାଶ ରଂଜନ ମିଶ୍ର, ସହସମ୍ପାଦକ ଅଭିନାସ ପ୍ରଧାନ, ପ୍ରକାଶ ପାତ୍ର, ସରୋଜ କୁମାର ବେହେରା, ରାଜେଶ କୁମାର ବେହେରା ଙ୍କୁ ଦିଆଯାଇଥିଲା  । କ୍ଲବର ଉପଦେଷ୍ଟା ଶ୍ରୀକାନ୍ତ ମହାପାତ୍ର ଏକ ରକ୍ତଦାନ ଶିବିର କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଏହାର ଦାୟିତ୍ୱ ସାଂସ୍କୃତିକ ସଚିବ ସିମୁନ୍ ନାଏକଙ୍କୁ ଦିଆଯାଇଥିଲା । ସେହିପରି ଅସହାୟ ଲୋକଙ୍କୁ ବସ୍ତ୍ର ଯୋଗାଇ ଦେବା ପାଇଁ ଅଂଚଳର ସମସ୍ତ ଠାରୁ ପୁରୁଣା ବସ୍ତ୍ର ସଂଗ୍ରହ କରାଯିବ ଓ ଏହି କାର୍ଯ୍ୟ ୫ ଦିନ ଧରି ଚାଲିବା ସହ ଏହାର ଦାୟତ୍ୱ ରଂଜିତ ଦେହୁରୀ, ପୁର୍ବତନ ସଭାପତି ଶ୍ରୀ ବେହେରା, ରଂଜନ ଅମାତ୍, ପ୍ରାଣବନ୍ଧୁ ପ୍ରଧାନ, ଚିକୁ ମହାନ୍ତିଙ୍କୁ ଦିଆଯାଇଥିଲା । ବୈଠକରେ ବାଦଲ ପ୍ରଧାନ, ସୁଗ୍ରୀବ ବେହେରା, ଅନୁଜ ବେହେରା, ଜଗବନ୍ଧୁ ସ୍ୱାଇଁ, ବିରୁପାକ୍ଷ ମହାପାତ୍ର, ବାଦଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ 

Leave A Reply

Your email address will not be published.