ଭଦ୍ରକ, ସୀତାକାନ୍ତ ପାଢ଼ୀ :-ଡିବିଏଲ କମ୍ପାନୀ ର ମନମୁଖୀ କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଦ୍ଵାରା ରାସ୍ତା ରୋକ |ଭଦ୍ରକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥରଜ ଗେଲପୁର ଛକ ନିକଟରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରଯାଇଥିଲା। ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା। ସୂଚନା ଯୋଗ୍ୟ ୧୬ ନଂ ଜାତୀୟ ରାଜପଥ ନିର୍ମାଣ କରୁଥିବା ଡିବିଏଲ କମ୍ପାନୀ ମନମୁଖୀ କାର୍ଯ୍ୟ କରୁଛି। ଏପରିକି ବିଭିନ୍ନ ସ୍ଥାନରେ କାର୍ଯ୍ୟ ନ ସାରି ତାକୁ ଅବରୋଧ କରି ରଖିଛି। ଯାହା ଫଳରେ ବସ, ଟ୍ରକ ପରି ଭାରିଯାନ ଜାତୀୟ ରାଜପଥ ରେ ନଯାଇ ଆପ୍ରୋଚ ରୋଡରେ ଯାତାୟାତ କରୁଛି। ଦୈନିକ ଦୁର୍ଘଟଣା ଘଟି ଜୀବନ ହାନୀ ଘଟୁଛି। ଏହି ଡିବିଏଲ କମ୍ପାନୀର ଅନଧିକାରୁଙ୍କୁ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଆଜି ଏହାକୁ ବିରୋଧ କରି ଆଖପାଖ ଗ୍ରାମର ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୀର୍ଘ ସମୟ ଅବରୋଧ ପରେ ପୋଲିସ ପହଞ୍ଚି ଵୁଝାସୁଝା ପରେ ଲୋକମାନେ ରାସ୍ତା ଅବରୋଧରୁ ଓହରିଥିଲେ। ଡିବିଏଲ ଅଧିକାରୀ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.