ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବିଭିନ୍ନ ସମ୍ବାଦପତ୍ରରେ ଏବଂ ବୈଦୁତିକ ମାଧ୍ୟମରୁ ଖବର ପାଇଲା ପରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପିଲାମାନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛି।
ଆପଣ ଜାଣିଥିବେ ରାୟଗଡ ପଞ୍ଚାୟତ ସମିତିର କରଡ଼ାସିଙ୍ଗି ପଞ୍ଚାୟତର ନୂଆସାହି ଗ୍ରାମର ଦୁଇ ଗୋଟି ପରିବାରରୁ ୬ ଜଣ ଅନାଥ ଶିଶୁମାନଙ୍କୁ ଦୁଇଦିନ ତଳେ ଚିହ୍ନଟ କରାଯାଇଥିଲା।
ପ୍ରଥମେ ରାୟଗଡ ପଞ୍ଚାୟତ ସମିତିର ତହସିଲଦାର ଏବଂ ଭାରପ୍ରାପ୍ତ ବ୍ଲକ ଉନ୍ନୟନ ଅଧିକାରୀ ପିଲାମାନଙ୍କ ପାଖରେ ପହଞ୍ଚି ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାର ୨୪ ଘଣ୍ଟା ନପୁରୁଣୁ ଜିଲ୍ଲା ପ୍ରଶାସନ ସମସ୍ତ ପିଲାଙ୍କୁ ପାରଳାଖେମୁଣ୍ଡି ଆଣି ପ୍ରଥମେ ଶିଶୁ ମଙ୍ଗଳ ସମିତି , ଗଜପତି ଆଗରେ ଉପସ୍ଥାପନ କରିଥିଲେ।
ତା ପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଦୁଇଟି ପରିବାର ଗୋଟିଏ ଗୋଟିଏ ପିଲାଙ୍କୁ ମାସିକ ୨୦୦୦ ଟଙ୍କା ପୃଷ୍ଠପୋଷକତା ରାଶି ହିସାବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଯୋଗାଇ ଦିଆଯାଇଛି। ଯାହାକି ଆସନ୍ତା ମାସ ଠାରୁ ମାସିକ ୪୦୦୦ ଟଙ୍କା ଲେଖାଏଁ ଯୋଗାଇବାର ବ୍ୟବସ୍ଥା ରହିଛି।
ଅନ୍ୟପଟେ ଗୋଟିଏ ପରିବାରର ଜଣେ ସ୍ନାତକରେ ପାଠ ପଢୁଥିବା ହେତୁ ତାହାରି ନାମରେ ଗ୍ରୀନ ପ୍ୟାସେଜର ପ୍ରମାଣପତ୍ର ଇସ୍ୟୁ କରାଯାଇଛି।
ଦୁଇ ପରିବାରର ଦୁଇ ଜଣ ଶିଶୁ ସଦ୍ୟ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ହେତୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ଯେଉଁଥିରେ କି ପିଲାମାନେ ବୈଷୟିକ ଶିକ୍ଷାରେ ନାମ ଲେଖାଇବା ପାଇଁ ରାଜି ହୋଇଛନ୍ତି। ଏହି ପିଲାମାନଙ୍କୁ ଜିଲ୍ଲା ପ୍ରଶାସନ ମାଗଣାରେ ଆଇ.ଟି.ଆଇ / ପଲିଟେକ୍ନିକ୍ ରେ ପାଠ ପଢାଇବା ପାଇଁ ନିଷ୍ପତ୍ତି ନେଇଛି।
ସେଥି ମଧ୍ୟରୁ ଗୋଟିଏ ପରିବାରର ଗୋଟିଏ ଶିଶୁ ଦିବ୍ୟାଙ୍ଗ ହୋଇଥିବାରୁ ତାହାର ପ୍ରମାଣପତ୍ର ପାଇଁ ଆଜି ମେଡିକାଲ ବୋର୍ଡରେ ଉପସ୍ଥାପିତ କରାଯାଇଥିଲା। ଏହି ପିଲାକୁ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭତ୍ତା ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଅଛି।
ଗତକାଲି ( ସୋମବାର ଦିନ) ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ପିଲାମାନଙ୍କୁ ଭେଟି ପୁରା ପ୍ରଶାସନ ପିଲାମାନଙ୍କ ପାଖରେ ଅଛନ୍ତି ବୋଲି କହି ପିଲାମାନଙ୍କୁ ଆଶ୍ୱାସନା ଦେବା ସହ ଉତ୍ସାହିତ କରିଥିଲେ।
ଏହାସହ ପୃଷ୍ଠପୋଷକତା ରାଶି ଏବଂ ଗ୍ରୀନ ପ୍ୟାସେଜ୍ ପ୍ରମାଣପତ୍ର ପିଲାଙ୍କୁ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post