ପାରଳାଖେମୁଣ୍ଡି / ବାାଳକୃଷ୍ଣ ପାଣିଗ୍ରାହୀ : ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୦୧/୦୮/୨୦୨୨ ତାରିଖ ଠାରୁ ୩୧/୦୩/୨୦୨୩ ତାରିଖ ପର୍ଯ୍ୟନ୍ତ ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ନମ୍ବରକୁ ସଂଯୋଗୀ କରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଯେଉଁ ଭୋଟର ମାନଙ୍କର ମୂଳ ଭୋଟର ତାଲିକାରେ ନାମ ଥିବ ସେମାନେ ନିଜ ବୁଥ୍ ସ୍ତରୀୟ ଅଧିକାରୀ ବା ନିଜେ ଭୋଟର ହେଲପ୍ ଲାଇନ୍ ଆପ୍ ମାଧ୍ୟମରେ ଫର୍ମ ନଂ – ୬ବି ରେ ଆବେଦନ କରିପାରିବେ। ଭୋଟର ତାଲିକାର ନମ୍ବର ସହ ଆଧାର ନମ୍ବରକୁ ସଂଯୋଗ କରିବା ନିହାତି ଆବଶ୍ୟକ। ଆଧାର ବ୍ୟତିତ ସେମାନେ ନିଜର ପାନ୍ କାର୍ଡ , ବ୍ୟାଙ୍କ୍ ପାସ୍ ବହିର ନକଳ , ଡ୍ରାଇଭିଙ୍ଗ ଲାଇସେନ୍ , ପାସ୍ ପୋଟ୍ ର ନକଲ ଦେଇ ସେମାନେ ଭୋଟ ପରିଚୟର ନମ୍ବର ସହ ସଂଯୋଗ କରିପାରିବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୨୪ /୦୯/୨୦୨୨ ତାରିଖ ( ରବିବାର ) ଦିନ ସ୍ଵତନ୍ତ୍ର ଦିବସ ହିସାବରେ ବିବେଚନା କରି ପ୍ରତିଟି ଭୋଟରଙ୍କୁ ଭୋଟର ପରିଚୟ ପତ୍ରର ନମ୍ବର ସହ ଆଧାର ନମ୍ବରକୁ ସଂଯୋଗ କରିବାପାଇଁ ଅଗ୍ରାଧିକାର ଦିଆଯିବ।
ପ୍ରତି ବର୍ଷ ଜାନୁୟାରୀ ମାସ ୧ ତାରିଖକୁ ଯୋଗ୍ୟ ବିବେଚିତ ତାରିଖ ଭାବରେ ଗ୍ରହଣ କରି ଭୋଟର ତାଲିକା ପ୍ରସ୍ତୁତ କରାଯାଉଥିଲା , କିନ୍ତୁ ବର୍ତ୍ତମାନ ନିର୍ବାଚନ ଆୟୋଗ ଚାରୋଟି ଯୋଗ୍ୟ ତାରିଖ ଯଥା- ପ୍ରତି ବର୍ଷର ଜାନୁୟାରୀ , ଏପ୍ରେଲ୍ , ଜୁଲାଇ ଏବଂ ଅକ୍ଟୋବର ମାସର ଏକ ତାରିଖକୁ ଯୋଗ୍ୟ ତାରିଖ ଭାବରେ ଗ୍ରହଣ କରିଛନ୍ତି। ତେଣୁ ଜଣେ ଭୋଟର ନିଜର ବୟସ ୧୮ ବର୍ଷରେ ପଦାର୍ପଣ କଲେ ନିଜର ନାମକୁ ଭୋଟର ତାଲିକାରେ ଯୋଗ କରିବା ସୁଗମ ହେବ।
ପୂର୍ବ ପ୍ରଚଳିତ ଫର୍ମ – ୬ ( ନୂତନ ଭାବେ ନାମ ପଞ୍ଜିକରଣ କରିବା ) , ୭ ( ଭୋଟର ତାଲିକାରୁ ନାମ ବାଦ କରିବା ) , ୮ ( ଭୋଟର ତାଲିକାରେ ଥିବା ତଥ୍ୟକୁ ସଂଶୋଧନ କରିବା ) , ୮କ ( ନିଜ ବୁଥ୍ ରେ ଥିବା ଗୋଟିଏ ଅନୁଭାଗରୁ ଅନ୍ୟ ଅନୁଭାଗକୁ ସ୍ଥାନ ପରିବର୍ତ୍ତନ କରିବା ବା ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ସ୍ଥାନାନ୍ତରଣ କରିବା , ୦୦୧ ( ଦୋହରା ପରିଚୟ ପତ୍ର ପାଇଁ ଆବେଦନ କରିବା ) ପାଇଁ ବ୍ୟବହୃତ ହେଉଥିଲା , କିନ୍ତୁ ବର୍ତ୍ତମାନ ଫର୍ମ ନଂ ୮କ ଏବଂ ୦୦୧ କୁ ନିର୍ବାଚନ ଆୟୋଗ ବାଦ ଦେଇଛନ୍ତି ଏବଂ ଫର୍ମ ୬ , ୭ , ୮ ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି।
ଯୋଗ୍ୟ ବିବେଚିତ ଭୋଟର ଅନ୍ ଲାଇନ ବା ଅଫଲାଇନ୍ ମାଧ୍ୟମରେ ନିଜେ ଆବେଦନ କରିପାରିବେ।
ଜଣେ ଅଫଲାଇନ୍ (ଇରୋ-ନେଟ) ( ERO Net ) , ଅନଲାଇନ୍ (ଗରୁଡ଼ ଆପ )( Garuda App ) ବୁଥ୍ ସ୍ତରୀୟ ଅଧିକାରୀଙ୍କ ଠାରେ , ଭୋଟର ହେଲପ୍ ଲାଇନ ଆପରେ , ଭୋଟର ପୋର୍ଟାଲ୍ , ନେସନାଲ୍ ଭୋଟର ସର୍ଭିସ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟ ବିବେଚିତ ୪୫୮୦ ଭୋଟରଙ୍କୁ ନିଜ ନିଜର ଭୋଟର କାର୍ଡ Speed Post ମାଧ୍ୟମରେ ପ୍ରେରଣ କରାଯାଇଅଛି। ଏଥିରେ ଭୋଟରଙ୍କୁ କୌଣସି ଦେୟ ଦେବାକୁ ପଡିବନାହିଁ।
ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଏ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧକ୍ଷତାରେ ଉକ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ନିର୍ବାଚନ ଦାୟିତ୍ୱରେ ଥିବା ଶ୍ରୀ ଅଚୁତା ନନ୍ଦ ଜାନି ଏବଂ ଜାତୀୟ କଂଗ୍ରେସ , ସିପିଆଇ , ବିଜେଡି ଦଳ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.