ପଦ୍ମପୁର:ଥାନା ଅଧିକାରୀ ଆଇନ ଖିଲାପ କରିବା ସହ ସୁପ୍ରିମ କୋର୍ଟ ଜାରି କରିଥିବା ନିର୍ଦ୍ଦେଶନାମା କୁ ଉଲ୍ଲଙ୍ଘନ କରିଥିବା ବିରୋଧରେ ଆଜି ଆଦିବାସୀ ମାନେ ପଦ୍ମପୁର ଥାନା ଘେରାଉ କାରିବା ସହ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ନିୟମ ଅନୁସାରେ କୌଣସି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେଲେ ଯଦି ସେହି କେଶରେ ସାତ ବର୍ଷରୁ କମ ଜେଲ ଦଣ୍ଡ ହୋଇଥାଏ ତେବେ ସେ ସିଆରପିସି ଧାରା ୪୧ଏ ଆଧାରରେ ନୋଟିସ ଜାରି କରି ତାଙ୍କୁ ଜମାନତ ମିଲିଥାଏ ହେଲେ ପଦ୍ମପୁର ଥାନା କେଶ ନମ୍ବର ୧୩୧ ତା.୦୫/୦୬/୨୦୨୨ ଅନୁସାରେ ଜଣେ ବ୍ୟକ୍ତକୁ ନୋଟିସ ଜାରି କରି ଆକ୍ରୋଶ ମୂଲକ ଭାବେ ପଦ୍ମପୁର ପୋଲିସ ଜେଲ ପଠାଇ ଦେଇଥିବା ଅଭିଯୋଗ କରିଛନ୍ତି ଆଦିବାସୀ ସଂଘ । ପଦ୍ମପୁର ଗୋରୁ ବଜାରରୁ ଗୋବର୍ଦ୍ଧନ ଭୋଇଙ୍କ ନେତୃତ୍ୱରେ ଶହ ଶହ ଆଦିବାସୀ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ରାଲିରେ ଆସି ପଦ୍ମପୁର ଥାନା ସମ୍ମୁଖରେ ତିନି ଘଂଟା କାଲ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ । ଆଜିର ଏହି ରାଲି ତଥା ବିକ୍ଷୋଭ ପ୍ରଦର୍ଶନ ରେ ବାମନ ଧରୁଆ, ଗୋବିନ୍ଦ ବରିହା, ଶଶିଭୂଷଣ ବରିହା, ଡମ୍ବରୁଧର କୁମ୍ଭାର, ମାନଭଞ୍ଜନ ମିର୍ଦ୍ଧା, ଦୁର୍ଯ୍ୟୋଧନ ସିଂ ବରିହା, ଚେରୁ ବରିହା, ଛବିଲ ରାଏ ଙ୍କ ସହିତ ପଦ୍ମପୁର, ସୋହେଲା, ଝାରବନ୍ଧ, ବିଜେପୁର, ଗାଇସିଲେଟ ତଥା ଆଖପାଖ ଅଂଚଳରୁ ଶତାଧିକ ଆଦିବାସୀ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post