ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅର୍ନ୍ତଗତ ଦୈନିକ ଛାପା ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ରତ୍ନାକର ବାରିକଙ୍କୁ ଜଣେ ବାଲି ମାଫିଆ ଗତ ୨୨ ତାରିଖ ଦିନ ଅତର୍କିତ ଭାବେ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଏଥି ମଧ୍ୟରେ ୧୨ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅପରାଧୀକୁ ଧରିବା ପାଇଁ ସକ୍ଷମ ହୋଇପାରିନାହିଁ । ଉଭୟପକ୍ଷ ଙ୍କ ଅଭିଯୋଗ କୁ ଭିତି କରି ପୃଥକ ପୃଥକ ଭାବେ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବିଭିନ୍ନ ଜିଲ୍ଲାର ସାମ୍ବାଦିକମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ନେମାଳ ଥାନାକୁ ଘେରାଉ କରିବା ପାଇଁ ଚରମ ଚେତାବନୀ ଦେଇଥିଲେ । ହେଲେ ନେମାଳ ପୋଲିସର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନଥିଲା ବେଳେ ଆକ୍ରମଣ ହୋଇଥିବା ସାମ୍ବାଦିକ ପରିବାରକୁ ସଠିକ୍ ଭାବେ ନ୍ୟାୟ ମିଳିନାହିଁ । ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ କରିବା ସହିତ ସାମ୍ବାଦିକ ନାମରେ ହୋଇଥିବା ମିଥ୍ୟା ମାମଲାକୁ ପ୍ରତ୍ୟାହାର କରିବା ଅଭିଯୁକ୍ତକୁ ଘ ଘୋଡ଼ାଇଥିବା ଥାନା ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଏବଂ ଯେଉଁ ଥାନା କର୍ମଚାରୀମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କରାଯିବା ଦାବି ନେଇ ଶତାଧିକ ସାମ୍ବାଦିକ ମାନେ ଥାନା ଘେରାଉ କରିବା ସହିତ ପୋଲିସ ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ଦେଇ ଏକ ଶୋଭାଯାତ୍ରା ମଧ୍ୟ କରିଥିଲେ । ଏହି ଅବସରରେ ଏକ ପ୍ରତିବାଦ ସଭା ମଧ୍ୟ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଅଭୟ କୁମାର ଜେନାଙ୍କ ପୌରହିତ୍ୟରେ ଏସୟୁଜେ ର ରାଜ୍ୟ ସାଧାରଣ ସମ୍ପାଦକ କୈଳାସଚନ୍ଦ୍ର ନାୟକ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ସତ୍ୟବ୍ରତ ଦାସ, ସାଧାରଣ ସମ୍ପାଦକ ରମେଶ ପ୍ରଧାନ, ଅଖିଳେଶ ମହାନ୍ତି, ଅଜିତ୍ କୁମାର ସ୍ୱାଇଁ,ପ୍ରଶାନ୍ତ ମିଶ୍ର, ମନୋଜ ଆଚାର୍ଯ୍ୟ, ମଧୁସ୍ମିତା ସାହୁ, ସନ୍ତୋଷ କୁମାର ଖଟୁଆ, ମନୋଜ ନାୟକ, ବଲ୍ଲଭଚରଣ ପଲେଇ, ଦିପ୍ତୀରଂଜନ ବେହେରା, ଅସିତ୍ କୁମାର ସାମଲ, କ୍ଷମାନିଧି ପୂଜାରୀ, ଗୋବିନ୍ଦ ଦାସ, କିରଣଶଙ୍କର ନାୟକ, ମୀନକେତନ ଦାସ, ମାଧବାନନ୍ଦ ପାତ୍ର , ପ୍ରତୀକ ମିଶ୍ର , ପ୍ରଫୁଲ୍ଲ ଦାଶ, ଅକ୍ଷୟ କୁମାର ଦାସ ,ସୁଜାତା ଗୋସ୍ୱାମୀ, ମିଡ଼ିଆ ବ୍ରଦର୍ସର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ରାଉତ, ସମ୍ପାଦକ ଅମିତାଭ ମହାପାତ୍ର, ଉପସଭାପତି ରମେଶ ଜେନା, ରଘୁନାଥ ସିଂ,ଉମାଶଙ୍କର ସାହୁ, କୋଷାଧ୍ୟକ୍ଷ ଜଗନ୍ନାଥ ପଣ୍ଡା, ମନମୋହନ ମହାନ୍ତି, ଦେବେନ୍ଦ୍ର ଷଢଙ୍ଗୀ , ରଣଜିତ୍ ମଲିକ, ନିମର୍ଳ ପଢିହାର. ସତ୍ୟଜିତ୍ ମହାପାତ୍ର ,ମନୋରଂଜନ ଭୂୟାଁ ପ୍ରମୁଖଙ୍କ ସମେତ ବହୁ ସାମ୍ବାଦିକ ଯୋଗଦାନ କରିଥିଲେ । ଏହି ଅବସରରେ ସାମ୍ବାଦିକ ମାନଙ୍କ ପକ୍ଷରୁ ଡ଼ିଜିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଏସପି ଓ ସାଲେପୁର ମାଧ୍ୟମରେ ପ୍ରଦାନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.