ବାଲେଶ୍ୱର ଖଇରା (ବୁଲୁ ଲେଙ୍କା)ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ମହତିପୁର ପଞ୍ଚାୟତ କଣ୍ଟାପଡା ନାହୁଲ ଗ୍ରାମ ର ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଶଶୁରଘର ଲୋକେ ମାରିଦେଇଥିବା ଅଭିଯୋଗ ଆଣିଲେ ଝିଅ ଘରଲୋକ।ଆଜି କଣ୍ଟାପଡ଼ା ନାହୁଲ ଗାଁର ପ୍ରମୋଦ ଦାସଙ୍କ ପତ୍ନୀ ଅପରାଜିତା ପୃଷ୍ଟିଙ୍କ ନିଜ ଶୋଇବା ଘରୁ ତାଙ୍କର ବେକରେ ଶାଢ଼ୀ ଲଗାଇ ଫ୍ୟାନରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଘରେ କେହି ନଥିବାବେଳେ ଅପରାଜିତା ନିଜ ଶୋଇବା ଘର ଭିତରୁ କାଵଟ ଦେଇ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଶଶୁର ଘର ଲୋକେ କହିଥିବାବେଳ ଝିଅକୁ ମାରିଦେଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି।ଅପରାଜିତାଙ୍କ ବାପ ଘର ଔପଦା ଥାନା ଦୁଖଣ୍ଡଖଇରା ହୋଇଥିବାବେଳେ ତାଙ୍କର ଗତ ୩ମାସ ପୂର୍ବରୁ ବାହାଘର ହୋଇଥିଲା।ତାଙ୍କ ସ୍ୱାମୀ ବାଙ୍ଗାଲୁରରେ ରହୁଥିବାବେଳେ ସେ ଶାଶୁ ଶଶୁରଙ୍କ ସହିତ ଘରେ ରହୁଥିଲେ।ତାଙ୍କ ଘରୁ ତାଙ୍କ ହାତ ଲେଖା ଏକ ଡାଏରି ଜବତ ହୋଇଥିବାବେଳେ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
Sign in
Sign in
Recover your password.
A password will be e-mailed to you.