ଆବୁ ଧାବିରେ ଓଡିଆ ଯୁବକଙ୍କୁ ହତ୍ୟା: ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ

0

ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆବୁ ଧାବିରେ ଫସିଥିବା ମୃତ ଓଡିଆ ଯୁବକ କାଳନ୍ଦୀ ମଲ୍ଲିକଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଆବୁ ଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ପାଲପାଟଣା ଗ୍ରାମର ସଚିନ୍ଦ୍ର ମଲ୍ଲିକଙ୍କ ପୁଅ କାଳନ୍ଦୀ ମଲ୍ଲିକ ଆବୁଧାବିରେ ୨୦୧୮ ମସିହାରୁ ପାଇପ୍ ମିସ୍ତ୍ରୀ ଭାବେ କାମ କରି ଆସୁଥିଲେ। ଚଳିତ ମାସ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ କିନ୍ତୁ ମୃତ୍ୟୁର କାରଣ ଜଣାଇନଥିଲେ। ଦୁବାଇରେ କାମ କରୁଥିବା କାଳନ୍ଦୀଙ୍କ ଭାଇ ବଳରାମ ମଲ୍ଲିକ ଶବ ବ୍ୟବଛେଦ ରିପୋର୍ଟରୁ କାଳନ୍ଦୀଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲେ। ବଳରାମ ତାଙ୍କ ଭାଇଙ୍କର ମରଶରୀର ଫେରାଇଦେବା ସହ ବକେୟା ବେତନ ଦେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ବକେୟା ବେତନ ଦେବାକୁ ମନାକରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଶେଷରେ ନିରୂପାୟ ହୋଇ କାଳନ୍ଦୀଙ୍କ ପରିବାର ଲୋକ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତକରି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.