ହଇଜା ନେଲା ପୂଣି ଦୁଇ ଜୀବନ, ମୃତ୍ୟୁ ସଂଖ୍ୟା 12ରେ ପହଞ୍ଚିଲା

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ବ୍ୟାପିଥିବା ହଇଜା ଗମ୍ଭୀର ହେଉଛି। ହଇଜା ନିୟନ୍ତ୍ରଣକୁ ଆସୁନଥିବା କାରଣରୁ ଚିନ୍ତା ବଢ଼ିବାରେ ଲାଗିଛି । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗଜନକ ରହିଛି। ଆଜି ହଇଜା ପୂଣି ନେଇଛି ଆଉ ଦୁଇଟି ଜୀବନ। ମୃତକ ହେଲେ ଟିକିରି ପଞ୍ଚାୟତ ଗ୍ରାମ ଜାମୁଗୁଡାର ସୁନି ମାଝୀ (୫୬)। ପାନବନ୍ଧ ଗ୍ରାମର ବିଟା ମାଝୀ (୨୭)। ଉଭୟେ ଗତ ଦୁଇ ଦିନ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଡାକ୍ତରଖାନାକୁ ନ ଯାଇ ଘରେ ଚିକିତ୍ସା ହେଉଥିଲେ ଓ ଆଜି ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିଭଳି ଗତକାଲି ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫)ଙ୍କ ମଧ୍ୟ ସମାନ ଭାବେ ମୃତ୍ୟୁ ଘଟିଥିଲା । ସେ ମଧ୍ୟ ଡାକ୍ତରଖାନାକୁ ନଯାଇ ଶଙ୍କରଡା ଗ୍ରାମର ନିଜ ଘରେ ଚିକିତ୍ସା ହେଉଥିଲେ । ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ୨୩ ଗ୍ରାମକୁ କବଳିତ କରିଛି ହଇଜା । ଗତ କାଲି ସନ୍ଧ୍ୟା ସୁଦ୍ଧା ୩୧୫ ଜଣ ହଇଜାରେ ଅକ୍ରାନ୍ତ ହୋଇଛନ୍ତି ଓ ଆଜିର ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୨ ରେ ପହଞ୍ଚିଛି ।

Leave A Reply

Your email address will not be published.