ଖଇରା (ବୁଲୁ ଲେଙ୍କା): ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ପଞ୍ଚାୟତ କୁପାରୀ କମାର ସାହିର ୬୦ ବର୍ଷୀୟ ବୃଦ୍ଧ ନରହରି ନାଇକଙ୍କ ପାଖ ଗଡ଼ପୋଖରୀ ଗ୍ରାମ ନିକଟରେ ଥିବା ଏକ ପାଣି ନାଳରୁ ମୃତଦେହ ଉଦ୍ଧାର ହୋଇଛି। ନରହରି ଗତକାଲି ସନ୍ଧ୍ୟାରେ ଘରୁ କେଉଁଆଡ଼େ ଯାଇଥିଲେ। ହେଲେ ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୁଜାଖୁଜି କରିଥିଲେ ମଧ୍ୟ କିଛି ଖବର ପାଇନଥିଲେ । ସକାଳେ ଗଡପୋଖରୀ ଗ୍ରାମ ନିକଟରେ ଏକ ପାଣି ନାଳରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକ ସେଠାରେ ପହଞ୍ଚି ନରହରିଙ୍କୁ ପାଣିରୁ ଉଦ୍ଧାର କରି ଏକ ଟ୍ରଲି ସାହାଯ୍ୟରେ ନିଜ ଘରକୁ ନେଇ ଆସିଥିଲେ ଓ ପରେ ଖଇରା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଖଇରା ଥାନା ଏସ ଆଇ ଶ୍ୟାମସୁନ୍ଦର ବିନ୍ଧାଣି,ଏ ଏସ ଆଇ ଉପେନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରିବା ସହିତ ତଦନ୍ତ ଚଳାଇଛନ୍ତି।ବୃଦ୍ଧଙ୍କ ମୁଣ୍ଡ ଫାଟି ରକ୍ତଶ୍ରାବ ହେଉଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
Sign in
Sign in
Recover your password.
A password will be e-mailed to you.