ବାଣପୁର /ଚିଲିକା (ସେକ କୌଶର) :ପେଟ ଚାଖଣ୍ଡେ ପାଇଁ କାହିଁ କେତେ ଦୂର ଯିବାକୁ ପଡ଼ିଥାଏ ଦାଦନ ଖଟିବାକୁ । ଜଣେ ଶ୍ରମିକ ଦୁଇ ପଇସା ରୋଜଗାର କରିବା ପାଇଁ ଯାଇଥାଏ ତାର ବାପା ମା ଓ ଶହ ପରିବାର ଚଳାଇବା ପାଇଁ । ସେହିଭଳି ଘଟଣା ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତ ଗୋପୀନାଥ ସାହିର ଜଣେ ଯୁବକ ବାଙ୍ଗାଲୋର ଯାଇଥିଲେ ଏକ ବର୍ଷ ହେବ ଶ୍ରମିକ ଭାବେ କାମ କରିବା ପାଇଁ,ଭାଗ୍ୟର ବିଷୟ ଯୁବକ ଜଣକ କାମ କରି ଟଙ୍କା ପଠାଇବା ବଦଳରେ ନିଜର ମୃତ ଶରୀର ପହଁଚିଲା ଘରେ। ଯୁବକ ଜଣକ ହେଉଛନ୍ତି ଦିଲ୍ଲୀପ ପ୍ରଧାନ ( ଦିପୁ ) ବୟସ ମାତ୍ର ୧୯ ବର୍ଷ ଘରେ ପରିବାର କହିଲେ ୬ଜଣ ଥିଲେ । ବାଙ୍ଗାଲୋର କେଟୁକେ କମ୍ପାନୀରେ କାମ କରି ଅନେକ ସ୍ବପ୍ନ ଦେଖିଥିଲେ ଯୁବକ ଜଣକ ଭଉଣୀ ବାହାଘର କରାଇ ଘର ଖଣ୍ଡେ ତୋଳି ବାପା ମାଙ୍କୁ ସୁଖରେ ରଖିବା ପାଇଁ । କିନ୍ତୁ ଯୁବକ ଜଣକଙ୍କ ସ୍ୱପ୍ନ ହିଁ ସ୍ୱପ୍ନରେ ରହିଗଲା ହଠାତ ମୃତ ଶରୀର ପହଂଚିଗଲା ଘରେ ।
ବାଙ୍ଗାଲୋର କେଟୁକେ କମ୍ପାନୀରେ ବିଦୂତ ଲାଗି ମୃତ୍ୟୁ ବରଣ ପରେ କୌଣସି କ୍ଷତି ପୂରଣ ମିଳିଲା ନାହିଁ ଯାହାକି ସ୍ତାନୀୟ ଲୋକେ ଦାବି କରିଛନ୍ତି କ୍ଷତି ପୂରଣ ପାଇଁ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.