ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଯୁବବର୍ଗଙ୍କୁ ନଶା ବେପାରୀ ଟାର୍ଗେଟ କରିଥିବା ଏବଂ ବାରମ୍ବାର ଏଭଳି କାରବାର ପଦାକୁ ଆସୁଥିବା କଥା ଜାଣି , ଜଗତସିଂହପୁର ଜିଲ୍ଲାପାଳ ଏବଂ ଏସପିଙ୍କ ନିର୍ଦ୍ଦେଶକ୍ରମେ ,ଆଜି ପୁଣିଥରେ ଜଗତସିଂହପୁର Excise station ର OIC, ଶ୍ରୀମତୀ ରଞ୍ଜୁଲତା ବାରିକ୍ ନାଉଙ୍ଗା ବସ୍ ଷ୍ଟାଣ୍ଡ ଏରିଆରେ ଚଢ଼ାଉ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛନ୍ତି। ତା ନିକଟରୁ ୧୧୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ ହୋଇଥିବା କଥା ଅବକାରୀ ଅଧିକ୍ଷକ ଶ୍ରୀମତୀ ବୈଜୟନ୍ତୀ ପଣ୍ଡା ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣକ ନାଉଙ୍ଗା ଅଞ୍ଚଳର ବିଦ୍ୟାଧର ପରିଜା କାନନ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ । ସେ ଏହି କାରବାର କରୁଥିବା ସଂକ୍ରାତରେ ଖବର ପାଇବା ପରେ ଜିଲ୍ଲା ଅବକାରୀ ବିଭାଗ ଏକ ଟିମ୍ ତାର ଗତିବିଧି ଉପରେ ନଜର ରଖିଥିଲା। ଏଣୁ ଅବକାରୀ ଟିମ୍ ନାଉଙ୍ଗା ବସ୍ ଷ୍ଟାଣ୍ଡ ଏରିଆ ରେ ଚଢ଼ାଉ କରି ବିଦ୍ୟାଧର ପରିଜାଙ୍କୁ କାବୁ କରିଥିଲା । ଯାଞ୍ଚ ପରେ ତା ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ସୂଚନା ଦେଇଛି। ଏହି କାରବାରରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି , ସେ ଦେଶରେ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି। ଏହି ଚଢ଼ାଉରେ ଶ୍ରୀ ପ୍ରକାଶ ଚନ୍ଦ୍ର ରାଉତ, ଅବକାରୀ କନେଷ୍ଟବଳ,ଶ୍ରୀ ଜୟଦେବ ପାତ୍ର, କନେଷ୍ଟବଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ । P.R ନଂ ୩୯/୨୨-୨୩, ତା ୨୩.୦୭.୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଉକ୍ତ ଆସାମୀକୁ ଜିଲ୍ଲା ଦୌର ଜଜ୍ ଙ୍କ କୋର୍ଟରେ ଫରୱାର୍ଡ କରାଯାଇଛି।
Sign in
Sign in
Recover your password.
A password will be e-mailed to you.