ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ)ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ୨୬ନଂ ଜାତୀୟ ରାଜପଥ ହାଇସ୍କୁଲ ଛକ ପାଖରେ ବାଇକ ରେ ଯାଉଥିବା ଦୁଇଜଣ ଯୁବକକୁ ଟ୍ରକ ଧକ୍କା ଦେବା ଫଳରେ ଜଣେ ମୃତ ଓ ଜଣେ ଗୁରୁତର ମୃତକ ଜଣକ ହେଲେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସାନନୂଆ ପାଲି ଗ୍ରାମର ବଲିଷ୍ଟ ଦୀପ ର ପୁଅ ସଞ୍ଜୟ ଦୀପ (୧୯) ମୃତ୍ୟୁ ହୋଇଥିବା ବେଳେ ମାଟୁ ଅଦାବର ପୁଅ ତରଣି ଅଦାବର(୨୨) ଗୁରୁତର ଥିବା ଜଣାଯାଏ । ଘଟଣା ରୁ ଜଣାଯାଏଯେ ସଞ୍ଜୟ ଓ ତରଣୀ ଡୁଙ୍ଗୁରିପାଲି ସାପ୍ତାହିକ ବଜାର କୁ ଏକ ବାଇକ ଯୋଗେ ବଜାର କରିବାକୁ ଆସିଥିଲେ। ବଜାର ସାରି ନିଜ ଘର କୁ ଫେରୁଥିବା ବାଟରେ ହାଇସ୍କୁଲ୍ ଛକ ପାଖରେ ବରଗଡ଼ ପଟୁ ଆସୁଥିବା ଟ୍ରକ୍ ଓଡ଼ି ୧୫ ବି୪୫୭୧ ଧକ୍କା ଦେଇ ସେଠାରୁ ଫେରାର ମାରିବାକୁ ଚେଷ୍ଟା କରୁ ଥିବା ବେଳେ ରାମପୁର ରୋଡ ର ଟ୍ରେନ ଫାଟକ ଗେଟ୍ ପଡ଼ିଥିବା ଯୋଗୁଁ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ମାରିବାକୁ ଚେଷ୍ଟା କରୁଥି ବେଲେ ପୋଲିସ କାବୁ କରି ଧରି ଥାନରେ ଅଟକ ରଖିଛି। ଘଟଣା ର ଖବର ପାଇବା ମାତ୍ରେ ଗ୍ରାମର ସତାଧିକ ଲୋକେ ଆସି ରାସ୍ତା ଉପରେ ସବରଖି ଖେତି ପୁରାଣ ପାଇଁ ଦାବି କରିଥିଲେ । ଆନ୍ଦଳନକାରୀମାନଙ୍କୁ ଡୁଙ୍ଗୁରିପାଲି ଥାନା ଅଧିକାରୀ ବହୁ ବୁଝା ସୂଜା କଳା ପରେବି ରାସ୍ତା ରୁ ହଟିନ ଥିବାରୁ ଘଟଣା ସ୍ଥଳକୁ ସ୍ଥାନୀୟ ଭିଡିଓ, ରାମପୁର ତହସିଲଦାର ,ଏସଡିପିଓ ପୁଷ୍ପାଞ୍ଜଳି ମିଙ୍ଗି ଘଟଣା ସ୍ଥଳକୁ ପହଞ୍ଚି ଆନ୍ଦୋଳନ କାରିଗରଙ୍କ ସହ ଆଲୋଚନା କଳାପରେବି ଆନ୍ଦୋଳନରୁ ଉଠିନଥିଲେ। ଫୁଲରେ ଏସଡିପିଓ ପୁଷ୍ପାଞ୍ଜଳି ମିଙ୍ଗି ଆନ୍ଦୋଳନକାରିଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ରୁ ଉଠିଥିଲା।
Sign in
Sign in
Recover your password.
A password will be e-mailed to you.