ଘଡ଼ଘଡିରେ ଚାଲି ଗଲା ଜୀବନ

0

ମଇତାପୁର (ଅକ୍ଷୟ କୁମାର ଜେନା):ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକର ମଇତା ପୁର ଅଞ୍ଚଳ ସାନ ମଇତାପୁର ଅଞ୍ଚଳ ର ପର୍ଶୁ ରାମ ବେହେରା ବିଲକୁ ଛେଳି ଆଣି ବାକୁ ଯାଇଥିବା ସମୟ ରେ ଘଡଘଡି ମାରିବା ଯୋଗୁଁ ଅକାଳ ରେ ଜୀବନ ଚାଲି ଯାଇଥିଲା। ସୂଚନା ରୁ ପ୍ରକାଶ ଲଗତାର ବର୍ଷା ଲାଗି ରହିଥିବା ବେଳେ ଆଜି ଦିନ ଦିପହରେ । ପର୍ଶୁ ରାମ ବେହେରା ପାଳିତ ଛେଳି ଙ୍କୁ ଘରକୁ ଆଣିବାକୁ ଖାଇବା ଥାଳି ନିକଟରୁ ଉଠି ଦଉଡ଼ି ଯାଇଥିଲେ। କିନ୍ତୁ ବିଧି ର ବିଧାନ ଥିଲା ନିଷ୍ଠୁର । ଏକ ବଡ ଘଡଘଡି ମାରିବାରୁ ସେଇଠି ପଡି ଯାଇଥିଲେ ପର୍ଶୁ ସ୍ତ୍ରୀ ବିଳମ୍ବ ହେବାରୁ ଯାଇ ଦେଖନ୍ତି ତ ପର୍ଶୁ ଅଚେତ ଅବସ୍ଥାରେ ପଡି ରହି ଛନ୍ତି। ତୁରନ୍ତ ସହେ ଆଠ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ନେଇ ଯିବା ପରେ ଡାକ୍ତ ର ପର୍ଶୁ ମୃତ ଘୋଷଣା କରିବା ସଂଗେ ଦୁଇ କୁନି ପୁଅ ଓ ସ୍ତ୍ରୀ କ୍ରଦନ ରେ ଡାକ୍ତ ର ଖା ନା ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା। ସ୍ବର୍ଗତ ବେହେରା ଙ୍କ ନିଜ ଘର ଦୋଳ ସାହି ଭଦ୍ରକ ରେ ହୋଇଥିବା ବେଳେ ଘରୋଇ ବିବାଦ କୁ ନେଇ ଦୀର୍ଘ ବାର ବର୍ଷ ଧରି ଶଶୁର ଘର ପାଖରେ ଜାଗା କିଣି ରହି ଆସୁଥିଲେ। ତାଙ୍କର ଶେଷ କୃତ୍ୟ ନିଜ ଗ୍ରାମ ରେ ହୋଇଥିବା ବେଳେ ଏକ ମାତ୍ର ରୋଜଗାରକ୍ଷମ ଲୋକ ଟିକୁ ହରାଇ ପାରିବାର ସମ୍ପୂର୍ଣ ବେସାହାରା ହୋଇ ଯାଇଥିଲେ।

Leave A Reply

Your email address will not be published.