ଦିବଂଗତ ଢୁଲିଆ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି : ପ୍ରତିବର୍ଷ ଜଣେ ଢୁଲିଆଙ୍କୁ ଦିଆଯିବ ରାଜକୁମାର ସମ୍ମାନ

0

ପଦ୍ମପୁର,(ନୀଳ ଦୀପ) – ସ୍ଥାନୀୟ ରିକ୍ରେସନ ସେଂଟରଠାରେ ଦିବଂଗତ ସ୍ୱନାମଧନ୍ୟ ଢୁଲିଆ ରାଜକୁମାର କୁମ୍ଭାରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ସୋମବାର ଦିନ ଅନୁଷ୍ଠିତ  ହୋଇଯାଇଛି  । ଗତ ୧୮ ତାରିଖ ଦିନ ରାଜକୁମାର ୮୫ ବର୍ଷ ବୟସରେ ପଦ୍ମପୁର ନିକଟସ୍ଥ ଡୁଙ୍ଗୁରିପାଲି ଗ୍ରାମସ୍ଥିତ ନିଜ ବାସଭବନରେ ମୃତ୍ୟୁବରଣ କରିଥିଲେ  । ନାଟ୍ୟକାର କେଶରଂଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ନାଟ୍ୟକାର ଅଶୋକ ବହିଦାର ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ  । ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତାମାନେ ସ୍ୱର୍ଗତ ଲୋକକଳାକାରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ  । ବୈଠକରେ ତାଙ୍କ ସ୍ମୃତି·ରଣ କରାଯିବା ସହିତ ତାଙ୍କ ସ୍ମୃତିରକ୍ଷା ପାଇଁ ପ୍ରତିବର୍ଷ ନୁଆଖାଇ ଭେଟଘାଟ ଅବସରରେ ରାଜକୁମାର ସମ୍ମାନରେ ଜଣେ ଢୁଲିଆଙ୍କୁ ସମ୍ମାନୀତ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା  । ଉକ୍ତ ସଭାରେ ବ୍ଲକ ଅଧ୍ୟକ୍ଷ କୁମରମଣୀ ନାଏକ, ଚିନ୍ମୟ ପଣ୍ଡା, ରାଜେଶ ଗୁର୍ଲା, ସୁରେନ୍ଦ୍ର ସାହୁ, ଅଶ୍ୱିନୀ ପଟେଲ, ଡୋଲାମଣୀ ସାହୁ, ତ୍ରିବିକ୍ରମ ପ୍ରଧାନ, ଅଂଜନ ପ୍ରଧାନ, ଗୋପବନ୍ଧୁ ଶିକା, ଡିଲେଶ୍ୱର ବାଗ, ସରଜୁ ପଟ୍ଟନାୟକ, ଆଶିଷ ନାଥ ପ୍ରମୁଖ ଉପସ୍ଥିତ ଥିବା ବେଳେ ରମେଶ ଗୁର୍ଲା ଧନ୍ୟବାଦ ଅର୍ପଣ କରିଥିଲେ  ।

Leave A Reply

Your email address will not be published.