ହାଟଡିହି /ମକରଧ୍ୱଜ ଜେନା:-ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଂଚୋ ମଣ୍ଡଳ ବିଜେପି ର ଚତୁର୍ଥ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ହାଟଡ଼ିହିସ୍ଥ ଦଳୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆନନ୍ଦପୁର ବିଜେପି ର ନେତା ଆଲୋକ ସେଠି, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ବୁଦ୍ଧିଜୀବୀ ସେଲ ର ସଂଯୋଜକ ଡକ୍ଟର ଶମ୍ଭୁନାଥ ରାଉତ, ମଣ୍ଡଳ ସଭାପତି ଶଶିକାନ୍ତ ରାଉତ, ଜିଲ୍ଲା କୃଷକ ମୋର୍ଚା ର ସାଧାରଣ ସମ୍ପାଦକ ହରମୋହନ ଶାସିନୀ, ଜିଲ୍ଲା ମହିଳା ମୋର୍ଚା ର କୋଷାଧ୍ୟକ୍ଷ ଦୀପ୍ତିମୟୀ ଖୁଣ୍ଟିଆ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗୋପାଳ ସେନାପତି, ପ୍ରମୁଖ ଯୋଗଦେଇଥିଲେ। ମଣ୍ଡଳ ସଭାପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ନେତ୍ରୀ ମିନତୀ ମହାପାତ୍ର ଅତିଥି ପରିଚୟ କରିଥିବା ବେଳେ ମଣ୍ଡଳ ସାଧାରଣ ସମ୍ପାଦକ ସନ୍ତୋଷ ପରିଡା ଧନ୍ୟବାଦ ଦେଇଥିଲେ। ମଣ୍ଡଳ ଯୁବ ମୋର୍ଚା ସଭାପତି ସୁଭାଦ୍ରୀ ବଳିୟାର ସିଂ ରାଜନୈତିକ ପ୍ରସ୍ତାବ ଆଗତ କରିଥିଲେ। ଉପସ୍ଥିତ କାର୍ଯ୍ୟକାର୍ତ୍ତା ଗଣ ଏହି ମଣ୍ଡଳ ଯାହାକି କେନ୍ଦୁଝର ଜିଲ୍ଲାର ଯୋନ 36 କୁ ନେଇ ଗଠିତ ଏହାର ଗମନାଗମନ, ସ୍ୱାସ୍ଥ୍ୟ ସମସ୍ୟା, ଲଘୁ ଖଣିଜ ଦ୍ରବ୍ୟ ର ଖୋଲା ଖୋଲି ଚୋରା ଚାଲାଣ , ବିଭିନ୍ନ ସରକାରୀ ଯୋଜନରେ ଚଂଚକତା କୁ ନେଇ ଉଦବେଗ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାକୁ ନେଇ ଦଳ ରାଜ ରାସ୍ତା କୁ ଆସୁ ବୋଲି ମତ ଦେଇଥିଲେ ,ଏ ପରିପ୍ରେକ୍ଷୀରେ କିଛି ବର୍ଷ ତଳେ ଆମ୍ବ ପଞ୍ଚାୟତ ଅନ୍ତର୍ଗତ ବାଲିଆ ଠାରେ ଆମ ଗାଁ ଆମ ବିକାଶ ଯୋଜନରେ ନିର୍ମିତ ଏକ ଘରକୁ ଛାତ ନ ପକାଇ କେବଳ ବାରଣ୍ଡା ଓ ଚାରି ପାଖର କାନୀସ ବାହାର କରି ତତ୍କାଳୀନ GPTA ମନୋଜ ବେହେରା କି ଭଳି BILL କରି ନେଇଥିଲେ ଏବଂ ଏବେ ଜଣାପଡିବା ପରେ ରାତି ଅଧିଆ ଛାତ ପକାଯିବାକୁ ନେଇ କାର୍ଯ୍ୟକାରିଣୀ କ୍ଷୋଭ ପ୍ରକାଶ କରିବା ସହ ଏ ଘଟଣା କୁ ନେଇ ପ୍ରଶାସନ କୁ ଘେରିବାକୁ ନିଷ୍ପତ୍ତି ଗ୍ରହଣ କଲା। ଏ ବୈଠକ ରେ ବଂଚୋ ମଣ୍ଡଳ ର ସମସ୍ତ ବରିଷ୍ଠ କାର୍ଯ୍ୟକାର୍ତ୍ତା ସାମିଲ ଥାଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେଗୌରାଙ୍ଗ ବେହେରା ,ହରେକୃଷ୍ଣ ସ୍ୱାଇଁ, ଧନେଶ୍ୱର ରାଉତ, ବେଣୁଧର ଯେନା,ଅଭିନ୍ନ ରାଉଳ, ଦୁର୍ଗା ପ୍ରସାଦ ଯେନା, ମାନସ ଜେନା, ସୁରେନ୍ଦ୍ର ବିଶ୍ୱାଳ, ସନାତନ ପ୍ରଧାନ, ଅମୀୟ ଓଝା, ମହେଶ୍ୱର ଦେହୁରୀ, ନାଲୁ ଜେନା ପ୍ରମୁଖ ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post