ପୋଖରୀରେ ପଡ଼ି ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ।

0

ବାଲେଶ୍ଵର ଖଇରା (ବୁଲୁ ଲେଙ୍କା)ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ କଇଥଗଢିଆ ଗାଁରେ ପୋଖରୀରେ ପଡ଼ି ଜଣେ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ ଘଟିଛି।ଅନ୍ୟପଟେ ମହିଳାଙ୍କ ବାପ ଘରଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ଗତକାଲି ବିଳମ୍ବିତ ରାତିରେ କଇଥଗଢିଆ ଗାଁର ବୁଦ୍ଧଦେବ ପାତ୍ରଙ୍କ ପତ୍ନୀ ଜୟନ୍ତୀ ପାତ୍ର କେଉଁଆଡ଼େ ଚାଲିଯାଇଥିଲେ। ଆଜି ଗାଁ ପାଖରେ ଥିବା ଏକ ପୋଖରୀରୁ ଜୟନ୍ତୀଙ୍କର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା।ଗ୍ରାମବାସୀମାନେ ଦେଖି ଖଇରା ପୋଲିସକୁ ଖବର ଦେଇଥିଲେ। ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ଶବକୁ ଉଦ୍ଧାର କରି ତଦନ୍ତ ଚଳାଇଥିବା ବେଳେ ଅନ୍ୟପଟେ ମୃତ ମହିଳା ଜୟନ୍ତୀ ନିଜର ଇନଷ୍ଟାଗ୍ରାମରେ କାଲି ଏକ ଭିଡ଼ିଓ ପୋଷ୍ଟ କରିଥିଲେ।ଯେଉଁ ଭିଡ଼ିଓରେ ସେ କହିଛନ୍ତି ମୁଁ କାଲି ହୁଏତ ନଥିବୀ ହେଲେ ସମୟ ବଡ଼ ବଳବାନ ଏବଂ ଏହି ଭିଡିଓ ମୋର ଶେଷ ଭିଡିଓ ହେଇପାରେ ବୋଲି ରିଲରେ ଭିଡିଓ ଛାଡିଛନ୍ତି।ହେଲେ ଏ ପର୍ଯ୍ୟନ୍ତ ଏହା ହତ୍ୟାକି ଆତ୍ମହତ୍ୟା ତାହା ସାମ୍ନାକୁ ଆସିନାହିଁ।

Leave A Reply

Your email address will not be published.