ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ)ସୋନପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ଗ୍ରାମ ରେ ଗୋଷ୍ଠୀ ସଙ୍ଘର୍ଷ ।ଜମି ବିବାଦକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷର ଡୋଲେଶ୍ୱର ବାରିକ (୩୫), ଲକ୍ଷ୍ମୀ ମେହେର (୫୫), ନରୋତ୍ୱମ ମିଶ୍ର (୭୦), କୁନି ମେହେର(୩୦), ଗଙ୍ଗାଧର ମେହେର (୩୧) ମୁକୁନ୍ଦ ମେହେର (୩୫), ଅଭିମନ୍ୟୁ ମେହେର (୬୨), ମଧୁସୂଦନ ବେଦବାଗ(୭୦) ଆହତ ହୋଇଛନ୍ତି। ପ୍ରଥମେ ତରଭା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି। ୪ଜଣ ଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାନ୍ନ ଥିବା ଜଣା ପଡିଛି। ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି। ତରଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି ।
Sign in
Sign in
Recover your password.
A password will be e-mailed to you.
Prev Post