ପଦ୍ମପୁର- ରବିବାର ଦିନ ସନ୍ଧ୍ୟା ରେ ଲାୟନ୍ସ କ୍ଲବ୍ ପଦ୍ମପୁର ରେ ସଭାପତି ହିମାଂଶୁ ଯୋଶୀ ଙ୍କ ସଭାପତିତ୍ବ ରେ ଶପଥ ଗ୍ରହଣ ସମାରୋହ ହୋଟେଲ ରୁକ୍ମିଣୀ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହ କୁ ମାଁ ସମଲେଶ୍ଵରୀ ଙ୍କର ପୂଜାର୍ଚ୍ଚନା ଏବଂ ତାପରେ ଜାତୀୟ ସଙ୍ଗୀତ ଗାଇ ଉଦ୍ଘାଟନ କରିଥିଲେ। ଏହି ଅବସର ରେ ପି.ଡି.ଜି ଦୁର୍ଗାପ୍ରସାଦ ଶର୍ମା ମୁଖ୍ୟ ଅତିଥି, ପି.ଡି.ଜି ବେଣୁ ମାଧବ ଦୋରା ସମ୍ମାନିତ ଅତିଥି ଏବଂ ଭି.ଡି.ଜି ୨ ପ୍ରଦୀପ ଅଗ୍ରୱାଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନବନିର୍ବାଚିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ ।ଏଥିରେ ଅନିସ କୋଟେଚା; ସଭାପତି, ଶାଶ୍ଵତ ଦାଶ; ସମ୍ପାଦକ ଏବଂ ସୌମ୍ୟଜିତ ପାଢ଼ୀ; କୋଷାଧ୍ୟକ୍ଷ ପଦ ପାଇଁ ଶପଥଗ୍ରହଣ କରିଥିଲେ । ଏହା ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଉପସଭାପତି ଭାବେ ପ୍ରିତମ ମେହେର ଏବଂ ପଦ୍ମିନୀ ଦାଶ, ଯୁଗ୍ମ ସମ୍ପାଦକ ନିକାଶ ନାୟକ, ଯୁଗ୍ମ କୋଷାଧ୍ୟକ୍ଷ କ୍ଷିରୋଦ୍ର ତ୍ରିପାଠୀ, ରବିନାରାୟଣ ଦୋରା, ବିନୋଦ ବିହାରି ମିଶ୍ର, ଟେନେସ ପଣ୍ଡା, ଇଗ୍ନେସ ବା ଏବଂ ନିର୍ଦ୍ଦେଶକ ଭାବରେ ବିଷ୍ଣୁ ନାରାୟଣ ଦୋରା, ରାଧାମାଧବ ଦୋରା, ଶୁକଦେବ ମେହେର ଏବଂ ରାଜକିଶୋର ଯୋଶୀ ମଧ୍ୟ ଶପଥ ପାଠ କରିଥିଲେ । କ୍ଲବ୍ ର ସର୍ବପ୍ରଥମ ସଭାପତି ମେଜର ଚିତ୍ତରଞ୍ଜନ ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଆର୍.ସି ସନ୍ତୋଷିନି ରଥ ଏବଂ ସଦସ୍ୟ କିଶୋର ପାତ୍ର ନବ ନିଯୁକ୍ତ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ୩ ଜଣ ନୂତନ ସଦସ୍ୟ କ୍ଲବ୍ ର ସଦସ୍ୟତା ଗ୍ରହଣ କରିଥିଲେ। ଶେଷ ରେ ସମ୍ପାଦକ ଶାଶ୍ଵତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.