ବାଲେଶ୍ଵର ଖଇରା( ବୁଲୁ ଲେଙ୍କା )ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ମହତୀପୁର ବାଇଧର ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅଚାନକ ଭାବେ ଆସି ପହଞ୍ଚି ପରିଦର୍ଶନ କରିଥିଲେ ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ। ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଭଲ ଭାବେ ମନ ଲଗାଇ ପାଠ ପଢ଼ାପଢ଼ି କରି
ଉଚ୍ଚଶିକ୍ଷା ଅର୍ଜନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନଙ୍କ ଖାଇବା ମଧ୍ୟାହ୍ନ ଭୋଜନ ଯାଞ୍ଚ କରିବା ସହ ରୋଷେଇ ଶାଳ ବୁଲି ଦେଖିଥିଲେ। ପ୍ରଧାନ ଶିକ୍ଷକ ଷଢାନନ ପାଣିଗ୍ରାହୀ ଙ୍କ ସହିତ ସ୍କୁଲ ସମ୍ପର୍କ ରେ ପଚାରି ବୁଝିଥିବା ବେଳେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନଥିବା ସାଇକେଲ ଷ୍ଟାଣ୍ଡ ଓ ପିଲା ମାନଙ୍କ ଖାଇବା ପାଇଁ ଡାଇନିଙ୍ଗିର ବ୍ୟବସ୍ଥା କରିବା ପାଇଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅଭିଲ୍ସସା ସାହୁ ପ୍ରତିଶ୍ରୁତି ଦେଇଥିଲେ ।ଏଥି ସହିତ ସିମୁଳିଆ ନିର୍ବାଚନ ମଣ୍ଡଳୀ ର ବିଜେପି ଯୁବନେତା ନିଳମାଧବ ପଣ୍ଡା ଉପସ୍ଥିତ ଥିବା ବେଳେ ସ୍ଥାନୀୟ ବିଜେପି କର୍ମୀ ଶାମସୁଦର ଜେନା, ଜ୍ୟେତି ରଞ୍ଜନ ପଣ୍ଡା , ରଶ୍ମୀ ରଞ୍ଜନ ମହାପାତ୍ର , ପ୍ରଶାନ୍ତ କୁମାର ମହାନ୍ତି, ମାୟାଧର ଜେନା , ଲକ୍ଷ୍ମୀଧର ପଲେଇ , ସରୋଜ ବିଶ୍ବାଳ , ସମେତ ବହୁ ବିଜେପି କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଖଇରା ବ୍ଲକ ସ୍ତରରେ ସର୍ବାଧିକ ନମ୍ବର ରଖିଥିବା ଏବଂ ରାଜ୍ୟରେ ନବମ ସ୍ଥାନ ହାସଲ କରିଥିବା ବର୍ଷା ରାଣୀ ମହାପାତ୍ର କୁ ପୁଷ ଗୋଛ ଉତ୍ତିରୟ ଦେଇ ସମ୍ବର୍ଦ୍ଧନା କରିବା ସହିତ ଆଗାମୀ ଦିନରେ ଜଣେ ଭଲ ଡାକ୍ତର ହୋଇ ଗରିବ ଲୋକମାନଙ୍କ ସେବା କରନ୍ତୁ ବୋଲି ବିଜେପି ଯୁବ ନେତା ଶ୍ରୀଯୁକ୍ତ ପଣ୍ଡା କହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post