ଜଗତସିଂହପୁର, /ସୁମନ୍ତ କୁମାର ଦାସ:ଓଡିଶା ସରକାର ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ନିଉ ଓପିଡି ବିଲଡିଂ ର କନଫେରନ୍ସ ଥିଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତୃଘ୍ନ ଦାଶ ଙ୍କ ଦ୍ୱାରା ଶୁଭ ଉଦଘାଟିତ ହୋଇଯାଇଛି l ବିଶ୍ୱ ଜନସଂଖ୍ୟା -୨୦୨୨ର ସଚେତନତା (୨୭ ଜୁନରୁ ୧୦ଜୁଲାଇ )ଏବଂ ସ୍ଥିରତା ପକ୍ଷ (୧୧ଜୁଲାଇ ରୁ ୨୪ ଜୁଲାଇ )ମଧ୍ୟରେ ପରିବାର ନିୟୋଜନ ର ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ପଦ୍ଧତି ମଧ୍ୟରେ ମହିଳା ଓ ପୁରୁଷ ବନ୍ଧ୍ୟାକରଣ କରାଯିବ ବୋଲି କୁହାଯାଇଥିଲା l ସେଥିପାଇଁ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଲାପ୍ରୋସ୍କୋପି ମାଧ୍ୟମରେ ମହିଳା ବନ୍ଧ୍ୟାକରଣ ସାଙ୍ଗକୁ ଆଇ. ୟୁ. ଡି, ଇଞ୍ଜେକେସନ ଅନ୍ତରା କଣ୍ଡୋମ ଆଦିର ବ୍ୟବହାର ବିଷୟରେ ଆଲୋଚନା କରାଯାଇଥିଲା l ଅତୀତ ବର୍ଷ ମାନଙ୍କରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ରେ ଜିଲ୍ଲା ସଠିକ ଭାବେ ସଫଳତା କରିପାରୁନଥିବାରୁ ଚଳିତ ବର୍ଷ କିପରି ଅଧିକ ସଫଳତା ହୋଇପାରିବ ସେଥିପାଇଁ ଉପସ୍ଥିତ ଅଧିକାରୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ଡାକ୍ତର, ପ୍ରୋଗ୍ରାମ ମ୍ୟାନେଜର ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଗତ ଆର୍ଥିକ ବର୍ଷରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଏରସମା, ବିରିଡି, ପାରାଦ୍ୱୀପ, ରଘୁନାଥପୁର, ମଣିଜଙ୍ଗା ଏବଂ କୁଜଙ୍ଗ ର ସ୍ୱାସ୍ଥ୍ୟ ଅଧିକାରୀ ଓ ପ୍ରୋଗ୍ରାମ ମ୍ୟାନେଜର ବୃନ୍ଦ ସମ୍ବର୍ଦ୍ଧିତ ହୋଇଥିଲେ l ଉଭୟ ମହିଳା ଓ ପୁରୁଷ ବନ୍ଧ୍ୟାକରଣ ସାଙ୍ଗକୁ ଇଞ୍ଜେକେସନ ଅନ୍ତର ରେ ପ୍ରଥମ ସ୍ଥାନ ହାସଲ କରି ଡା. ଅମୀୟ କୁମାର ସ୍ୱାଇଁ, ଏରସମା ସମ୍ବର୍ଦ୍ଧିତ ହୋଇଥିଲେ l ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ ସଂଖ୍ୟା କପରଟି ଦେଇଥିବାରୁ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ D. P. M ଚକ୍ରଧର ଜେନା, ଡେପୁଡି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ସଚଳା ମହାନ୍ତି, ଆସିଷ୍ଟାଣ୍ଟ ମ୍ୟାନେଜର ଲିଗାଲ ସ୍ୱସ୍ତି ମହାନ୍ତି ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର (କ୍ୱାଲିଟି )ସୁଜାତା ସ୍ୱୀୟମ୍ବଦା ଦାସ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.