ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଘୁନାଥପୁର ବ୍ଲକ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଜନ ଅଭିଯୋଗ ଶୁଣାଣି ଶିବିର ରେ ଯୋଗଦେଇ ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟୱାରୀ ଜନ ସାଧାରଣ ଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ l ଆଜି ର ଶିବିର ରେ ମୋଟ ୪୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥିମଧ୍ୟରୁ ୦୫ ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ ଓ ୪୦ ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ l ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ କାର୍ଡ ନିମନ୍ତେ ୦୩ ଟି, ଆବାସ ଯୋଜନା ସମ୍ପର୍କୀୟ ୦୬ ଟି, ଜମିଜମା ସମସ୍ୟା ସମ୍ପର୍କୀୟ ୦୬ ଟି, ରେଡ଼କ୍ରସ ପାଣ୍ଠିରୁ ସହାୟତା ନିମନ୍ତେ ୦୧ ଟି, ପୋଲିସ ସହାୟତା ନିମନ୍ତେ ୦୪ଟି, ଭର୍ତ୍ତା ସମ୍ପର୍କୀୟ ୦୬ ଟି ଏବଂ ଅନ୍ୟାନ୍ୟ ୧୪ ଟି ଅଭିଯୋଗ ର ଶୁଣାଣି କରାଯାଇଥିଲା l ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ରୁଦ୍ରନାରାୟଣ ଦାଶ, ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଜଗତସିଂହପୁର ଶ୍ରୀ ରମେଶ ଚନ୍ଦ୍ର ସିଂହ, ତହସିଲଦାର ରୁପାଲିକା ଦାସ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶୋକ କୁମାର ମହାନ୍ତି, ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଶୁଣାଣି କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post