ରଥ ଉପରେ ତିନି ଠାକୁରଙ୍କ ସୁନାବେଶ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

0

 https://youtu.be/QrDlderq8H0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜୀଉଙ୍କ ସୁନାବେଶ। ଶ୍ରୀଜୀଉ ମାନେ ବଡଦାଣ୍ଡରେ ମାଉସୀ ମାଙ୍କ ଘର ନିକଟରେ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପବିତ୍ର ହରି ଶୟନ ଏକାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେଇଛନ୍ତି।
ଶ୍ରୀଜୀଉ ମାନଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ ପାଇଁ ପୁରପଲ୍ଲୀରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପାଗ ଅନୁକୂଳ ଥିବାରୁ ସନ୍ଧ୍ୟା ଆଳତୀ ଓ ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ବଡଦାଣ୍ଡ ଲୋକାରଣ୍ୟ ହୋଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବାହିନୀ ମୃତୟନ ଥିଲେ।

Leave A Reply

Your email address will not be published.