ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ୍ ସରପଞ୍ଚ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବରତୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଅଛି।ପାଇକମାଳ ବ୍ଲକର ସଂଘ ସଭାପତି ଆର୍ତ୍ତତ୍ରାଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ମାନଙ୍କ ଭୂମିକା,କାର୍ଯ୍ଯ,କ୍ଷମତା ଉପରେ ଆଲୋଚନା କରଯାଇଥିଲା। ମୁଖ୍ୟତଃ ଦିବ୍ୟାଙ୍ଗ,ବାର୍ଦ୍ଧକ୍ୟ,ବିଧବା ଭତ୍ତା ଅନ୍ ଲାଇନ୍ ମାଧ୍ୟମରେ ଆକାଉଣ୍ଟରେ ଦିଆଯାଉଥିବାରୁ ଅନେକ ଲୋକଙ୍କ ଟଙ୍କା ଉଠାଣରେ ପ୍ରତିବନ୍ଧକ ଦେଖାଦେଉଛି।ଦୀର୍ଘଦିନରୁ ଅନଲାଇନ୍ ମାଧ୍ୟମରେ ପଞ୍ଚିକରଣ କରାଯାଇଥିବା ସମସ୍ତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବାକୁ ଦାବି କରାଯାଇଛି।ଏହା ସହ ଉପଯୁକ୍ତ ହିତାଧିକାରୀଙ୍କୁ ବାସଗୃହ ଯୋଗାଇବା ଓ ନୂତନ ତାଲିକାଭୁକ୍ତ କରି ସାମିଲ କରିବା,ସରପଞ୍ଚ ମାନକୁ ବିଧାୟକ ମାନଙ୍କ ପରି ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ହୋଇଛି।ଉପଯୁକ୍ତ ହିତାଧିକାରୀଙ୍କୁ ନୂତନ ଖାଉଟି କାର୍ଡ ଯୋଗାଇବା ସହ ବଞ୍ଚିତ ଥିବା ନୂତନ ହିତାଧିକାରୀଙ୍କୁ ଯୋଗ ତାଲିକା ଭୁକ୍ତ କରାଯିବା ଦାବି ହୋଇଛି।ଏତତ୍ ବ୍ୟତୀତ ପ୍ରାଶାସନିକ ଅଧିକାରୀ ମାନେ ସରପଞ୍ଚମାନଙ୍କୁ ସହଯୋଗର ହାତ ବଢ଼ାଇ ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତତ୍ପରତା ପ୍ରକାଶ କରିବାକୁ ଦାବି କରିଛନ୍ତି।ପଞ୍ଚାୟତ ସମିତିରେ ଲୋକ ପ୍ରତିନିଧି ମାନଙ୍କ କାର୍ଯ୍ୟଧାରାକୁ ଲୋକାଭିମୁଖୀ ନିମନ୍ତେ ଗଣତନ୍ତ୍ର ଶାସନର ଚତୁର୍ଥ ସ୍ତମ୍ଭକୁ ମାନ୍ୟତା ପ୍ରଦାନ ପୂର୍ବକ ବୈଠକରେ ସାମିଲ କରିବାକୁ ଦାବି କରାଯାଇଛି।ଏହି ବୈଠକର ସରପଞ୍ଚ ଉପେନ୍ଦ୍ର ପଟେଲ, ଚିତ୍ତରଞ୍ଜନ ପ୍ରଧାନ,ସୁଦାମଚରଣ ସେଠୀ,ସୁଶ୍ରୀ ରୀତା ସୁନା,ଅନିତା ଭୋଇ,ଚନ୍ଦ୍ରିକା ସାହୁ,ବବିତା ସାହୁ, ତୁଲାବତି ତାଣ୍ଡି,ସୁଭାଷିନୀ ନନ୍ଦ, ଜୟନ୍ତ ସାହୁ,ଟେଭାବତି ଭୋଇ ପ୍ରମୁଖ ଯୋଗ ଦେଇଥିଲେ।ପରିଶେଷରେ ଯୁବ ସରପଞ୍ଚ ସଙ୍ଘ ସମ୍ପାଦକ ଦିଲୀପ ବେହେରା ସମସ୍ତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post