ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ):- ମାହାଙ୍ଗା ବ୍ଲକ୍ କଇଥା ପଞ୍ଚାୟତର ୭୦ ରୁ ଉର୍ଦ୍ଧ୍ବ ବିଜେପି କଂଗ୍ରେସ ଦଳର ମହିଳା ଓ ପୁରୁଷ କର୍ମୀ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ମାହାଙ୍ଗା ସ୍ଥିତ ବିଧାୟକ ଙ୍କ ବାସଭବନ ପରିସରରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଓଡ଼ିଶାର ୪ କୋଟି ଜନତା ଙ୍କ ପାଇଁ ଲୋକପ୍ରିୟ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଏବଂ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ବ ତଥା ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି | ବିଧାୟକ ଶ୍ରୀ ଜେନା ସମସ୍ତ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିବା ସହ ମିଳିମିଶି କାର୍ଯ୍ୟ କରି କଇଥା ଗ୍ରାମର ବିକାଶ ପାଇଁ ଉଦ୍ୟମ ଜାରି ରଖିବା ଆମର ପ୍ରଥମ ଲକ୍ଷ୍ୟ ହେବା ଉଚିତ ବୋଲି ପ୍ରକାଶ କରିଥିଲେ । ସମସ୍ତ ବିଜେପି ଓ କଂଗ୍ରେସ କର୍ମୀ ଆଗାମୀ ଦିନରେ ପଂଚାୟତ ସ୍ତରରେ ବିଜୁଜନତା ଦଳର ସମସ୍ତ କର୍ମୀଙ୍କ ସହ ହାତରେ ହାତ ମିଳାଇ ମିଳିମିଶି କାର୍ଯ୍ୟ କରି ବିଜେଡି ଦଳକୁ ବିଜୟର ଟୀକା ପିନ୍ଧାଇବେ ବୋଲି ଶପଥ ଗ୍ରହଣ କରିଥିଲେ । ବିଧାୟକ ଶ୍ରୀ ଜେନାଙ୍କ ସହ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ରହି ସମସ୍ତ ବିଜେପି ଓ କଂଗ୍ରେସ କର୍ମୀମାନଙ୍କୁ ସ୍ୱାଗତ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.