ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତିଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଭା ପଞ୍ଚାୟତରେ “ପ୍ରେମ” ସଂସ୍ଥା ତରଫରୁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ତରଭା ପଞ୍ଚାୟତର ନାୟବ ସରପଞ୍ଚ ଅଜନ୍ୟ ନାୟକ ଯୋଗଦେଇ ଶିଶୁ ମାନଙ୍କ ଯତ୍ନ ଏବଂ ଶିଶୁ ମାନଙ୍କୁ ୫ବର୍ଷରୁ ଶିକ୍ଷାପ୍ରତି କିପରି ଆଗ୍ରହ ଦେଖାଇବ , ସେହି ବିଷୟ ନେଇ ବୁଝାଇଥିଲେ।
ମୁଖ୍ୟ ବକ୍ତା ଭାବେ ପ୍ରେମ ସଂସ୍ଥାର ଜିଲ୍ଲା ସଂଯୋଜକ ଲାଜାର ଲିମ୍ମା ଯୋଗଦେଇ ବାଲ୍ୟବିବାହ , ଶିଶୁ ଶ୍ରମିକ , ବିଦେଶ ଚାଲାଣ ପ୍ରଥାକୁ ଦୂରୀକରଣ କରିବା ଆଦି ପ୍ରସଙ୍ଗରେ ମତାମତ ଦେଇଥିଲେ।
ଗୁମ୍ମା ବ୍ଲକ ଆଇ ସି ଡି ଏସ୍ ସୁପରଭାଇଜର ସଲୀଳା ଅଧିକାରୀ ଯୋଗଦେଇ ଗ୍ରାମାଞ୍ଚଳରେ ଶିଶୁ ମାନଙ୍କ ବିକାଶ ଲାଗି ପ୍ରତ୍ୟେକ ଲୋକ ଶିଶୁ ମାନଙ୍କୁ ଅଙ୍ଗନବାଡି ସ୍କୁଲରେ ନାମ ଲେଖାଇବା , ପୁଷ୍ଟିସାର ଖାଦ୍ୟ ଦେବା ଆଦି ଉପରେ ବୁଝାଇଥିଲେ।
“ପ୍ରେମ”ସଂସ୍ଥାର ଗୁମ୍ମା ବ୍ଲକର ସଂଯୋଜକ ସାହେବ ବିଷୋୟୀ ସଭାପତିତ୍ୱ କରି ଏହି ବୈଠକ ମାଧ୍ୟମରେ ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ପଞ୍ଚାୟତର ୱାର୍ଡ ମେମ୍ବର ମାନଙ୍କୁ ପ୍ରେରଣା ଦେଇ ଥିଲେ।

Leave A Reply

Your email address will not be published.