ମହାନଦୀ ପାଣିରେ ଝରିଗଲା ଶେଫାଳି 

0

ବ୍ୟୁରୋ ଚିଫ ଜୟଶଙ୍କର : ଏକ ଦୁଖଦ ଘଟଣାରେ ଏକ ନିରୀହ ଜୀବନ ଅକାଳରେ ଝରି ପଡିଛି | କି ପରିସ୍ଥିତି ବାଧ୍ୟ କଲା ସେ ନିରୀହ ଝିଅଟିକୁ କାହିଁକି କେଜାଣି, ସେ ମହାନଦୀ ପାଣିକୁ ଡେଇଁ ଆତ୍ମହତ୍ୟା କେଇବା ଭଳି ଚରମ ନିଷ୍ପତ୍ତି ନେଲା !!!!!

.ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ମହାନଦୀ ରେ ଜୈନିକ ଯୁବତୀ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଦେଖି କଲେ ଉଦ୍ଧାର । ଉଦ୍ଧାର ପରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଥାଉ କି ଉକ୍ତ ଯୁବତୀ ଜଣଙ୍କ ବାଙ୍କୀ ଥାନା ଅନ୍ତର୍ଗତ ଯାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ଏକ କଳା ରଙ୍ଗର ସ୍କୁଟି ଧରି ଆସିଥିଲେ | ଗାଡ଼ି ଥୋଇଦେଇ ବ୍ରିଜ ଉପରୁ ମହାନଦୀକୁ ଡେଇଁ ଥିବା କିଛି ଲୋକ ଦେଖିଥିବାର ଖବର ମିଳିଛି। ଯୁବତୀ ଜଣଙ୍କ ସ୍କୁଟି ନମ୍ବର OD02N 1136 ଶେଫାଳିକା ମହାପାତ୍ର ବୋଲି ଗାଡ଼ି ନମ୍ବର ରୁ ଜାଣିବାକୁ ମିଳିଛି। ପୋଲିସ ସ୍କୁଟି କୁ ଜବତ କରିଛି। ଯୁବତୀଙ୍କ ଘର ଭୂବନେଶ୍ବର ଚନ୍ଦ୍ରଶେଖର ପୁର ବାପା ଉମେଶ ମହାପାତ୍ରଙ୍କ ଝିଅ ଶେଫାଳିକା ମହାପାତ୍ର।

 

Leave A Reply

Your email address will not be published.