ପଦ୍ମପୁରରେ ସାର୍ବଜନୀନ ଦୁର୍ଗାପୁଜା ପାଇଁ ପ୍ରସ୍ତୁତି ବୈଠକ, କର୍ମକର୍ତ୍ତା ନିର୍ବାଚନ :  ପୁଣି ବିଜୟ ରଞ୍ଜନ ସିଂ ବରିହା ସଭାପତି ନିର୍ବାଚିତ 

0

ପଦ୍ମପୁର/ନୀଳ ଦୀପ – ବରଗଡ ଜିଲ୍ଲା ପଦ୍ମପୁର ରାଜବାଟୀ ପରିସରରେ ରାଜ ରାଜୁଡା ଅମଲରୁ ଅନୁଷ୍ଠିତ  ହୋଇ ଆସୁଥିବା ସହରର ଏକ ମାତ୍ର ସାର୍ବଜନୀନ ଦୁର୍ଗା ପୂଜା ପାଇଁ ରବିବାର ଦିନ ସ୍ଥାନୀୟ ମାରୱାଡି ଧର୍ମଶାଳା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ପୁର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକ ପ୍ରାରମ୍ଭରେ ଭାରତରତ୍ନ  ଅଟଳ ବିବହାରୀ ବାଜପାୟୀଙ୍କ ବିୟୋଗରେ ଦୁଇ ମନିଟର ନିରବ ପ୍ରାର୍ଥନା କରାଯାଇଥିଲା  । ପରେ କୋଷାଧ୍ୟକ୍ଷ ଗତ ବର୍ଷ ପୂଜାର ଆୟବ୍ୟୟ ପଠନ କରିଥିଲେ  । ଏହା ସହିତ ଆସନ୍ତା ଦୁର୍ଗାପୂଜା ପାଇଁ ନୁତନ କର୍ମକର୍ତା ଚୟନ କରାଯାଇଥିଲା  । ଏଥିରେ ସଭାପତି ଭାବେ ପୁଣି ଥରେ ବିଜୟ ବରିହାଙ୍କୁ ମନୋନୀତ କରା ଯାଇଥିବା ବେଳେ ପ୍ରିତମ ମେହର କାର୍ଯ୍ୟକାରୀ ସଭାପତି, ଦାମୋଦର ପଣ୍ଡା ସମ୍ପାଦକ, କିଶୋର ମେହେର, ପ୍ରଶାନ୍ତ ମହାନ୍ତି ଓ ଧରମ ପାଢୀ ଉପସଭାପତି, ସଦାନନ୍ଦ ପୁରୋହିତ କୋଷାଧ୍ୟକ୍ଷ ଏବଂ ମୀନକେତନ ସାହୁଙ୍କୁ ସହକୋଷାଧ୍ୟକ୍ଷ ଭାବରେ ସର୍ବସମ୍ମତ୍ତି  କ୍ରମେ ମନୋନୀତ କରାଯାଇଥିଲା  । ଏଥି ସହିତ କାର୍ଯ୍ୟକାରୀ କମିଟୀରେ ଏନଏସି ଅଧ୍ୟକ୍ଷ ସିର୍ଦ୍ଧାର୍ଥ ସିଂ ବରିହା, କୃଷ୍ନମୋହନ ପଣ୍ଡା, ସଚ୍ଚିଦାନନ୍ଦ ବହିଦାର, ଅଜିତ ଶତପଥି, ପ୍ରିୟରଂଜନ ଭୋଇ, ଶ୍ୟାମଲ ଦାସ, ଭରତ ପଣ୍ଡା, ଯୋଗେଶ ସାହୁ, ରାଜକିଶୋର ଯୋଷୀ, ନବକିଶୋର ସାହୁ, ରବି ଦୋରୋ, ସୁନିଲ ଅଗ୍ରୱାଲ, ଉଦୟ ବହିଦାର, ଗୋବିନ୍ଦ ପାଣିଗ୍ରାହୀ ଏବଂ କୁନାଲ ସିଂ ବରିହାଙ୍କୁ ମନୋନୀତ କରାଯାଇ ଆଗାମୀ ପୁଜାକୁ ଧୁମଧାମରେ ପାଳନ କରିବା ପାଇଁ ବୈଠକରେ ନିଷ୍ପତିନିଆଯାଇଥିଲା  । ଶେଷରେ ଶ୍ରୀ ବରିହା ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ ଘୋଷଣା କରିଥିଲେ  ।

Leave A Reply

Your email address will not be published.