ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା କଲେଜ ପରିସରରେ ଆଣ୍ଟି ରାଗିଙ୍ଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ଆଲୋକ ପ୍ରଧାନ ଓ ସହକାରୀ ଜିଲ୍ଲାପାଳ ଶ୍ରୀ ଜୁବୁଲି ବେହେରା ଉପସ୍ଥିତ ରହି ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ମହିଳା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ରାଗିଙ୍ଗ ବିଷୟରେ ସଚେତନତା କରାଇଥିଲେ। କଲେଜ ଗୋଟିଏ ମନ୍ଦିର ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମକୁ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁ ପରିଚାଳନା କରିଥିବା ବେଳେ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼.ମହେନ୍ଦ୍ର ରଇତ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉଭୟ କଲେଜର ଅଧ୍ୟାପକ / ଅଧ୍ୟାପିକା /ସମସ୍ତ କର୍ମଚାରୀ ଓ ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.