ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ୧୦ ଦିନ ଧରି ଚାଲିଥିବା ମହମବତୀ ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମର ଉଦଯାପନୀ ସଭା ଅନୁଷ୍ଠିତ ହୋଇଛି।
ଜୁନ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ନୂଆଗଡ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତରୁ ମୋଟ ୫ ଜଣ ପୁରୁଷ ଏବଂ ୨୧ ଜଣ ମହିଳା ତାଲିମ ନେଇଥିଲେ। ସମସ୍ତ ପ୍ରତିଭାଗୀ ମାନଙ୍କ ପାଇଁ ଅନୁଷ୍ଠାନରେରେ ବିନା ମୂଲ୍ୟରେ ରହିବା , ଖାଇବା ସହିତ ଯାତ୍ରା ଭତ୍ତା ପ୍ରଦାନ କରଯାଇଥିଲା।
ଉଦଯାପନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ଵରେ ମୁଖ୍ୟ ଅତିଥି ରୂପେ
ମୁଖ୍ୟ ପ୍ରବନ୍ଧକ , ୟୁନିୟନ ବ୍ୟାଙ୍କ , ରାୟଗଡା ଶ୍ରୀ ଜ୍ୟୋତିପ୍ରଭ ଶବର ଯୋଗ ଦେଇଥିବା ବେଳେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ କିଶୋର ଚନ୍ଦ୍ର ନାୟକ , ଶ୍ରୀ ସୁନାରାମ ସିଂହ , ଜି.ଏମ, ଜିଲ୍ଲା ଶିଳ୍ପ କେନ୍ଦ୍ର , ଶ୍ରୀ ବିଦ୍ୟା ସାଗର ମୁଦୁଲି , ଏପିଡି , ଡିଆରଡିଏ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ମାନପତ୍ର ପ୍ରଦାନ କରିବା ସଙ୍ଗେସଙ୍ଗେ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ଭବିଷ୍ୟତରେ ଆତ୍ମନିଯୁକ୍ତ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ।
ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ ଅନ୍ୟତମ ପ୍ରାଧ୍ୟାପିକା ଶ୍ରୀମତୀ ଦିକ୍ଷ୍ୟାଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post