ବିଶିଷ୍ଟ ଜନନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ:ବିଶିଷ୍ଟ ଜନନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ମାନ୍ୟବର ବିଧାୟକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ସଭାପତିତ୍ୱ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କନକପ୍ରଭା ଲେଙ୍କା, ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରତିରଞ୍ଜନ ବେହେରା, ଜିଲ୍ଲା ବିଜେଡି ଉପସଭାପତି ଶ୍ରୀଯୁକ୍ତ ଦିପ୍ତୀ ରଞ୍ଜନ ଦାସ, ନଗର ବିଜେଡି ସଭାପତି ଶ୍ରୀଯୁକ୍ତ ପ୍ରିୟବ୍ରତ ମହାପାତ୍ର, ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ଦାଶ,ପୂର୍ବତନ ଶ୍ରୀଯୁକ୍ତ ମଧୁସୂଦନ ସାହୁ, ଆତ୍ମା ଅଧକ୍ଷ ଶ୍ରୀଯୁକ୍ତ ବାବୁଲି ସାହୁ, ଶ୍ରୀଯୁକ୍ତ ବାପି ରାୟ, ଶ୍ରୀଯୁକ୍ତ କୈଳାଶ ବେହେରା,ଶ୍ରୀଯୁକ୍ତ ମନୋଜ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ବିବେକାନନ୍ଦ ବେହେରା ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.