ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ଗ୍ରାମରେ ଘଟିଯାଇଛି ଲୋମଟାଙ୍କୁରା ବିଭତ୍ସକର ଘଟଣା । ପାରିବାରିକ ଗଣ୍ଡଗୋଳ ମଧ୍ୟରେ ପୁଅ ମଧ୍ୟ ମାଆକୁ ମାରିବାକୁ ପଛାଇନାହିଁ । ମାଆ ପୁଅ ମଧ୍ୟରେ ଥିବା ମମତା ର ର ସମ୍ପର୍କ ଆଜି କ୍ଷଣିକ ରେ ଛାନଭିନ ହୋଇଯାଇଛି । ସତେଯେପରି ମନେହେଉଛି ଆଜିର ସମାଜରେ ଦିନକୁ ଦିନ ଏହି ମାନବ ସମାଜ ନିଜର ହିତାହିତ ଜ୍ଞାନ ହରାଇ ନିଜକୁ ନିଜେ ହତ୍ୟାକାରୀ ସଜାଇ ବଡ଼ ବୋଲି ଭାବି ନିଜର ପରିବାର କୁ ମଧ୍ୟ ହତ୍ୟା କରିବାକୁ ପଛାଉନାହିଁ । ଏହି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ । ଏହି ଗ୍ରାମର ଜିତେନ୍ଦ୍ର ସ୍ୱାଇଁ(୨୧)ବର୍ଷ ନାମକ ଯୁବକ ନିଜର ଜନ୍ମିତ ମାଆ ପ୍ରମିଳା ସ୍ବାଇଁ(୪୪) ଙ୍କୁ ପନିକ ଚୋଟରେ ହାଣି ମାରିଦେଇଥିବାର ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କି ଆଜି ସକାଳେ ମାଆ ଘରର ନିତ୍ୟକର୍ମ କରୁଥିବା ସମୟରେ ପୁଅ ଜିତେନ୍ଦ୍ର ସ୍ୱାଇଁ ମାଆ ଉପରକୁ ହଠାତ ପନିକି ଓ ଶାବଳରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେହିଁ ମାଆର ମୃତ୍ୟୁ ହୋଇଥିଲା। ଯଦିଓ ପ୍ରମିଳାଙ୍କୁ ନିଶ୍ଚିନ୍ତକୋଇଲି ଡ଼ାକ୍ତରଖାନାକୁ ନିଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମାଆ ପୁଅର ସାମାନ୍ୟ ଝଗଡ଼ାରୁ ଏଭଳି ଅଭାବନୀୟ କାଣ୍ଡ ହୋଇଛି ବୋଲି ମୃତା ପ୍ରମିଳାଙ୍କ ସ୍ୱାମୀ ଗୌରାଙ୍ଗ ଚରଣ ସ୍ୱାଇଁ କହିଛନ୍ତି। ନିଶ୍ଚିନ୍ତକୋଇଲି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇ ଫେରାର ଅଛି। ଏହିପରି ଘଟଣା ସାଧାରଣ ରେ ପ୍ରଚାର ପ୍ରସାର ହେଲାପରେ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
Sign in
Sign in
Recover your password.
A password will be e-mailed to you.