“ଶାସକ ପ୍ରଶାସକ”ର ବଡ ପ୍ରଭାବ,ବାପା ମାଆ ଛେଉଁଣ୍ଡ ୩ ଶିଶୁ ଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ।

0

ଗଣମାଧ୍ୟମ ଭାବେ ଆମେ ଆମ ଦାୟିତ୍ୱ ତୁଲାଇଥିଲୁ, ପ୍ରଶାସନ ତୁଲାଇଲେ ତାଙ୍କ ଦାୟିତ୍ୱ |

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ /ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକସଦର ପଞ୍ଚାୟତର ଦାଣ୍ଡିଆ ସାହିର ବାପା ମାଆ ଛେଉଁଣ୍ଡ ୩ ଜଣ ଅସହାୟଙ୍କ ସମସ୍ୟା ବିଷୟରେ ଶାସକ ପ୍ରଶାସକରେ ଖବର ପ୍ରକାଶ ପାଇବା ପରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିକାରୀମାନେ ଆସି ତିନି ଜଣ ଅସହାୟଙ୍କୁ ଉଦ୍ଧାର କରି ରାୟଗଡା ନେଇଥିବା ଦେଖିବାକୁ ମିଳିଛି। ଆଜି ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବିଡ଼ିଓ ତାପସ କୁମାର ଭୋଇ, ଶିଶୁ ସୁରକ୍ଷା ଜିଲା ସଂଯୋଜକ ରତନେଶ୍ବର ସାହୁ, (ସିଡିପିଓ) ସମନ୍ୱିତ ଶିଶୁ ବିକାଶ ଯୋଜନାର ଭାରପ୍ରାପ୍ତ ନଳିନୀ ବୈରାଗୀ, ସରପଞ୍ଚ ଗୌତମ ବାର୍ଲି, ଶିଶୁ ସୁରକ୍ଷା ବ୍ଲକ ସଂଯୋଜକ ରଞ୍ଜନ କୁମାର ରାଉତ, (ଓଏଲେଏମ) ଓଡିଶା ଜୀବିକା ମିଶନର ବିପିଏମ କଳ୍ପତରୁ ବେହେରା, ଅଙ୍ଗନବାଡି ସେକ୍ଟର ସୁପରଭାଇଜର ଉଷାରାଣୀ ସାହୁ ପ୍ରମୁଖ ଉକ୍ତ ସାହିକୁ ଯାଇ ତିନି ଜଣ ଅସହାୟ ଶିଶୁ ଓ ସାହି ଲୋକଙ୍କୁ ବହୁତ ବୁଝା ସୁଝା କରିବା ପରେ ତିନି ଅସହାୟ ଝିଅଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ଏହି ପରିବାରରେ ବାପା ମୃତ୍ୟୁ ପରେ ମାଆ ପରିବା ବିକି ପିଲାଙ୍କୁ ପୋଷିବା ସହ ପାଠ ମଧ୍ୟ ପଢ଼ାଇ ଆସୁଥିଲେ। ପରେ ମା ମଧ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ଏହି ତିନି ଜଣ ଶିଶୁଙ୍କୁ ସାହି ପଡିଶା ଲୋକମାନେ ଯାହା ଦେଲେ ତାହା ଖାଇ ଭାଗ୍ୟକୁ ଆଦରି ପଡି ରହିଥିଲେ। ଶାସକ ପ୍ରଶାସକରେ ଆମେ ତିନି ଝିଅଙ୍କ ବିଷୟରେ ଖବର ପ୍ରସାରିତ କରିବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇବା ସହ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଆସି ସେମାନଙ୍କୁ ନେଇଯାଇଛନ୍ତି । ସେହିଠାରେ ପ୍ରଶାସନର ତତ୍ତ୍ୱାବଧାନରେ ଶିଶୁମାନେ ରହି ପାଠ ପଢି ନିଜ ଭାଗ୍ୟ ଗଢି ପାରିବେ ବୋଲି ସାହିଲୋକେ ଆଶାବ୍ୟକ୍ତ କରିଛନ୍ତି |

ସୂଚନାଯୋଗ୍ୟ ଯେ, ଗଣମାଧ୍ୟମ ଭାବେ ଆମେ ଆମ ଦାୟିତ୍ୱ ତୁଲାଇଥିଲୁ, ପ୍ରଶାସନ ତୁଲାଇଲେ ତାଙ୍କ ଦାୟିତ୍ୱ | ତେଣୁ ପ୍ରଶାସନକୁ ଏଥିପାଇଁ ଧନ୍ୟବାଦ |

http://shasakprashasak.com/index.php/state/28261-2022-06-27-13-58-32 

 

Leave A Reply

Your email address will not be published.