ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0

ବନ ବିଭାଗ ଏବଂ ଉପଖଣ୍ଡ ତାଳୁକ ଆଇନ ସେବା କେନ୍ଦ୍ର ପକ୍ଷରୁ ବନ ମହୋତ୍ସବ ପାଳିତ

ଟିଟିଲାଗଡ଼(ରଶ୍ମି ରେଖା ମହାପାତ୍ର): ଟିଟିଲାଗଡ଼ ବନବିଭାଗ ଏବଂ ଉପଖଣ୍ଡ ସ୍ତରୀୟ ତାଳୁକ ଆଇନ ସେବା ତରଫରୁ ମିଳିତ ଭାବରେ ବନମହୋତ୍ସବ ସପ୍ତାହ ଅବସରରେ ଟିଟିଲାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଟିଟିଲାଗଡ ଏ ଡି ଜେ ରାଜ କିଶୋର ମହାପାତ୍ର,ସବ ଜଜ ରମାକାନ୍ତ ମହାନ୍ତି, ଏସ ଡି ଜେ ଏମ ମମିତା ସାହୁ, ଜେ ଏମ ଏଫ ସି ଲିପ୍ସା ରାଉତ, ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ବୃକ୍ଷ ରୋପଣ କରିବା ସହ ଗଛ ର ଯତ୍ନ ନେବା ସହ ପ୍ରତିଟି ଛାତ୍ରୀ ଗଛ ଲଗାଇବା ସହ ନିଜ ପରିବାର ବର୍ଗ ମାନଙ୍କୁ ଵି ଗଛ ଲଗାଇବା ପାଇଁ ପ୍ରେରଣା ଦେବା ସହ ଆହ୍ୱାନ ଦେଇଥିଲେ ଏ ଡି ଜେ ରାଜ କିଶୋର ମହାପାତ୍ର l ଟିଟିଲାଗଡ଼ କୋର୍ଟର ଟି ଏଲ ଏସ ସି ରଟେନର ଜୟନ୍ତ ପଣ୍ଡା, କିରାଣୀ ଜୀବର୍ଦ୍ଧନ ଛାତ୍ରୀୟା, କିଶୋର ଚନ୍ଦ୍ର ଦାଶ, ପି ଏଲ ଭି ନୀଳାମ୍ବର ବେହେରା, ପରମାନନ୍ଦ ତାଣ୍ଡି,ପ୍ରମୁଖ ମଧ୍ୟ ଚାରା ରୋପଣ କରିଥିଲେ l ବାଳିକା ହାଇସ୍କୁଲ ର ଛାତ୍ରୀ ମାନେ ମଧ୍ୟ ଉତ୍ସାହିତ ହୋଇ ଚାରା ରୋପଣ କରିଥିଲେ l

ଏହି କାର୍ଯ୍ୟକ୍ରମ କୁ ଟିଟିଲାଗଡ଼ ବନବିଭାଗର ରେଞ୍ଜ ଅଧିକାରୀ ଶିବ ପ୍ରସାଦ ନାଏକ,ବନପାଳ ଅମରେଶ ଠାକୁର, ପ୍ରଫୁଲ ଜେନା, ଏ ଜେ ୱାଇ ଟିମ ଲିଡର ଅଜୟ ମହାନ୍ତି, ଡିଓ ଦିବାକର ପ୍ରଧାନ, ବନପାଳ ପୂଜା ରାନୀ ସେଠ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପୁରୋହିତ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ପରେ ଟିଟିଲାଗଡ଼ ସହର ସ୍ଥିତ ସରକାରୀ ବାଳକ ହାଇସ୍କୁଲ ପରିସରରେ ମଧ୍ୟ ବୃକ୍ଷ ରୋପଣ କରାଯାଇଥିଲା l ଆଜି ଟିଟିଲାଗଡ଼ ସହରର ଉଭୟ ସରକାରୀ ଶିକ୍ଷାନୁଷ୍ଠାନ ରେ ବନ ବିଭାଗ ତରଫରୁ ଶତାଧିକ ଚାରା ଯୋଗାଇ ଦିଆଯିବା ସହ ଅତିଥି ସମେତ ସ୍କୁଲ ଛାତ୍ର, ଛାତ୍ରି ମାନେ ମଧ୍ୟ ବୃକ୍ଷ ରୋପଣ କରିବା କୁ ବେଶ ଉତ୍ସାହିତ ଥିବା ଦେଖା ଯାଇଥିଲା l

Leave A Reply

Your email address will not be published.